କୋଲାବିରାରେ ଜିଲ୍ଲାସ୍ତରୀୟ ଧାନକ୍ରୟ ଶୁଭାରମ୍ଭ ଉତ୍ସବ, ଚାଷୀଙ୍କୁ ରବି ଓ ଖରିଫରେ ଫସଲର ଉଚିତ୍ ମୂଲ୍ୟ ଦେବାକୁ ବିଜେପି ସରକାର ସଂକଳ୍ପବଦ୍ଧ : ବିଧାୟକ

May 26, 2026 - 05:53
 0  68
କୋଲାବିରାରେ ଜିଲ୍ଲାସ୍ତରୀୟ ଧାନକ୍ରୟ ଶୁଭାରମ୍ଭ ଉତ୍ସବ,              ଚାଷୀଙ୍କୁ ରବି ଓ ଖରିଫରେ ଫସଲର ଉଚିତ୍ ମୂଲ୍ୟ ଦେବାକୁ ବିଜେପି ସରକାର ସଂକଳ୍ପବଦ୍ଧ : ବିଧାୟକ

କୋଲାବିରା,୨୫।୫( ଫାଷ୍ଟ ନ୍ୟୁଜ ଓଡିଶା)- ଝାରସୁଗୁଡ଼ା ଜିଲ୍ଲାରେ ରବି ଋତୁ ୨୦୨୫-୨୬ ପାଇଁ ଚାଷୀ ଙ୍କ ନିକଟରୁ ଧାନ କ୍ରୟ ଆଜି (୨୫ ତାରିଖ) ଠାରୁ ଆରମ୍ଭ ହୋଇଛି l ଏନେଇ କୋଲାବିରା ସମବାୟ ସମିତିର ନୂତନ କ୍ରୟ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଧାନ କ୍ରୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା ସହ ଧାନ କ୍ରୟ ର ଶୁଭାରମ୍ଭ କରିଥିଲେ l ଅନୁଷ୍ଠିତ ସଭାରେ। ନିଜ ଅଭିଭାଷଣରେ ରାଜ୍ୟ ର ବିଜେପି ସରକାର ଚାଷୀ ଙ୍କ ଧାନ ତଥା ଅନ୍ୟାନ୍ୟ ଫସଲର ଉଚିତ୍ ମୂଲ୍ୟ ଦେବାକୁ ସଙ୍କଳ୍ପ ବଦ୍ଧ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ବର୍ଣ୍ଣନା କରିଥିଲେ l ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାରେ କେବଳ ଖରିଫ ଋତୁ ରେ ଧାନ କ୍ରୟ ହେଉଥିଲା l ମାତ୍ର ଏବେ ଖରିଫ ସହ ରବି ଋତୁ ରେ ମଧ୍ୟ ଧାନ ଅମଳ ହୋଇ ଚାଷୀ ବିକ୍ରୟ କରିପାରୁଛନ୍ତି l ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ ପାଇଁ ମଧ୍ୟ ସରକାର ବଜାର ବ୍ୟବସ୍ଥା କରିଛନ୍ତି l ଏଣୁ ଚାଷୀ ମାନେ ସବୁ ପ୍ରକାର ଫସଲ ଚାଷ କରି ଉପକୃତ ହେବାକୁ ବିଧାୟକ ଆହ୍ୱାନ ଦେଇଥିଲେ l ରାଜ୍ୟରେ ମୋହନ ମାଝୀ ଙ୍କ ବିଜେପି ସରକାର କଥାରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରେ ବୋଲି ବିଧାୟକ ବର୍ଣ୍ଣନା କରିଥିଲେ l ଏଥିରେ ଡିଆରସିଏସ ମମତାରାଣୀ କୁଜୁର, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ଏଆରସିଏସ ରମେଶ ଚନ୍ଦ୍ର ଟପ୍ପୋ, କୋଲାବିରା ସମବାୟ ସମିତି ସଭାପତି କୀର୍ତ୍ତି ଚଦ୍ର ବହିଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିୟାର ସିଂ, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଜିଲ୍ଲା ସମବାୟ ନିରୀକ୍ଷକ ବନମାଳୀ ନାଏକ ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ଆରଏମସି ସମ୍ପାଦକ କିଶୋର ନାଏକ, ସୁପରଭାଇଜର ଶେଷଦେବ ରଥ, କୋଲାବିରା ବ୍ଲକ ଯୋଗାଣ ଅଧିକାରୀ ମମିତା ବାଗ, କୋଲାବିରା ସମବାୟ ସମିତି ସମ୍ପାଦକ ଦେବରାଜ କୁମୁରା, ଝିର୍ଲାପାଲି ସମିତି ସମ୍ପାଦକ ହରେଶ ପଟେଲ, ସମାସିଂହା ସମିତି ସମ୍ପାଦକ ସୁବାଷ ପଟେଲ, ପରମାଣପୁର ସମ୍ପାଦକ ଓମପ୍ରକାଶ ମହାପାତ୍ର ପ୍ରମୁଖ ଙ୍କ ସହ ସମବାୟ ଯୋଗାଣ, ଆରଏମସି ବିଭାଗ କର୍ମଚାରୀ ସହଯୋଗ କରିଥିଲେ l ଆଜି ପ୍ରଥମ ଦିନରେ କୋଲାବିରା ସମିତି ର ଦୁଇ ଜଣ ଚାଷୀ କୁବେର ପ୍ରଧାନ ଓ ରଜତ ପ୍ରଧାନ ମୋଟ ୭୨.୫୧ କ୍ଵିଣ୍ଟାଲ ଧାନ ବିକ୍ରୟ କରିଥିଲେ l ଧାନ ବାଗଡିହି ସମଲେଶ୍ଵରୀ ରାଇସ ମିଲ କୁ ପଠାଯାଇଥିବା ନେଇ ସମିତିର ସମ୍ପାଦକ ଦେବରାଜ କୁମୁରା ସୂଚନା ଦେଇଛନ୍ତି l ଏଠାରେ ସୂଚନା ଥାଉକି କୋଲାବିରା ବ୍ଲକ ରେ କୋଲାବିରା ସମବାୟ ସମିତି ରେ ୪୫ ଜଣ ଚାଷୀ, ଝିର୍ଲାପାଲି ସମିତି ରେ ୧୨ ଜଣ ଓ ସମାସିଂହା ସମବାୟ ସମିତି ରେ ୮୯ ଜଣ ଚାଷୀ ଚଳିତ ରବି ଋତୁ ରେ ଧାନ ବିକ୍ରୟ ପାଇଁ ନିଜର ନାମ ପଞ୍ଜୀକରଣ କରିଛନ୍ତି l କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ