।। କୋରାପୁଟ ବିଜୁ ଜନତା ଦଳ କୁ ଏକ ବଡ ଝଟକା ଲାଗିଛି l ବିଜେଡି ର ପୁରୁଖା ନେତା ଡ଼ଃ ରାଜକିଶୋର ନାୟକ ।।

May 1, 2024 - 21:21
 0  511
।। କୋରାପୁଟ ବିଜୁ ଜନତା ଦଳ କୁ ଏକ ବଡ ଝଟକା ଲାଗିଛି l ବିଜେଡି ର ପୁରୁଖା ନେତା ଡ଼ଃ ରାଜକିଶୋର ନାୟକ ।।

ରାଜକିଶୋର ନାୟକଆଜି ବିଜେଡି ରୁ ଇସ୍ତଫା ଦେଇଛନ୍ତି l ସେ ବିଗତ 40 ବର୍ଷ ଧରି ଜନତା ଦଳରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦ ପଦବୀ ରେ ରହି ଆସି ଥିବା ବେଳେ ବିଜୁ ଲନତା ଦଳ ର ଗଠନ ଆରମ୍ଭରୁ ହିଁ ବିଭିନ୍ନ ପଦପଦବୀ ରେ ରହି ସକ୍ରିୟ ରାଜନୀତି କରି ଆସୁ ଥିଲେ l ଶ୍ରୀ ନାୟକ ଜିଲ୍ଲା ର ଜଣେ ବରିଷ୍ଠ ସମବାୟବିତ ତଥା କୃଷିବିତ ଅଟନ୍ତି l ତା ସହ ସେ କୋରାପୁଟ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ର ଆବାହକ ମଧ୍ୟ ଅଛନ୍ତି l ଖାଲି ସେତିକି ନୁହଁ, ଜିଲ୍ଲା ର ବିଭିନ୍ନ ସମାଜ ସେବା ଅନୁଷ୍ଠାନ ତଥା ଗଣମାଧ୍ୟମ ସଂଘ ସହିତ ବି ସମ୍ପୃକ୍ତ ଥିବା ଜଣାଯାଏ l ସେ ସ୍ବର୍ଗତ ବିଜୁ ପଟନାୟକ ଙ୍କ ଆଦର୍ଶ ରେ ଯୁବ ସମାଜସେବୀ ଭାବେ ରାଜନୀତି ଜୀବନ ଆରମ୍ବ କରି ଜଣେ kingmaker ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ lଆଜି ସେମିଲିଗୁଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜୁ ଜନତା ଦଳ ରୁ ନିଜର ଇସ୍ତଫା ଦେବା ଘୋଷଣା କରିଛନ୍ତି l କୋରାପୁଟ ଜିଲ୍ଲା ରେ ଶ୍ରମିକ ଓ କୃଷକ ସମୁଦାୟ ରେ ତାଙ୍କର ବିଶେଷ ଦବଦବା ଥିବାରୁ ବିଜୁ ଜନତା ଦଳ ପାଇଁ ନିର୍ବାଚନ ରେ ବିଜୟ କଷ୍ଟକର ସାବ୍ୟସ୍ତ ହୋଇପାରେ l

ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ