କୋମନା ସରକାରୀ ବାଳିକା ବିଦ୍ୟାଳୟ ର ଆଇନ ସାକ୍ଷରତା କ୍ଲବ ରେ:ବିଶାଖା-ବନାମ-ରାଜସ୍ଥାନ ରାଜ୍ୟ ରାୟ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

Aug 28, 2026 - 16:45
 0  5
କୋମନା ସରକାରୀ ବାଳିକା ବିଦ୍ୟାଳୟ ର ଆଇନ ସାକ୍ଷରତା କ୍ଲବ ରେ:ବିଶାଖା-ବନାମ-ରାଜସ୍ଥାନ ରାଜ୍ୟ ରାୟ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡ଼ା :୨୮/୮୨୬- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କୋମନା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ବିଦ୍ୟାଳୟ ଛାତ୍ର ଆଇନ ସାକ୍ଷରତା କ୍ଲବ ରେ ବିଶାଖା ଓ ଅନ୍ୟମାନେ- ବନାମ - ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ ମାମଲରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ରାୟ ର ଓଡ଼ିଆ ଅନୁବାଦ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭୁଦତ୍ତ ପୁରୋହିତ, ବିଦ୍ୟାଳୟର ଶିକ୍ଷକଗଣ, ଛାତ୍ରୀ ଏବଂ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ବିଶାଖା ଓ ଅନ୍ୟମାନେ- ବନାମ - ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ ରାୟ ର ଓଡ଼ିଆ ଅନୁବାଦ ଉପସ୍ଥିତ ଛାତ୍ରୀମାନଙ୍କୁ ଙ୍କୁ ବୁଝାଇଥିଲେ । ସେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସହ ଘଟୁଥିବା ଯୌନ ଉତ୍ପୀଡ଼ନ ଓ ଏହାର ନିରାକରଣ ଏବଂ ମହିଳାଙ୍କ ଅଧିକାର ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ। ସେ ମଧ୍ୟ ମାଗଣା ଆଇନ ସେବା ଓ ସହାୟତା ଯୋଗାଇବାରେ ରେ ଛାତ୍ର ଆଇନ ସାକ୍ଷରତା କ୍ଲବ ଗୁଡ଼ିକର ଭୂମିକା ଓ କାର୍ଯ୍ୟଶୈଳୀ ବିଷୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ