।। କୋଟପାଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ, ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ।।

Aug 18, 2023 - 16:44
 0  24
।। କୋଟପାଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ, ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ।।

କିଛି ଦିନ ପୂର୍ବେ ରାଜ୍ୟ ସଂଘର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପଞ୍ଚାୟତ ଗୁଡିକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଜ ନିଜ ଅଞ୍ଚଳର ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୨ ଦଫା ଦାବିପତ୍ର ପ୍ରଦାନ କରିଥିଲେ l

ଯଦି ଦାବି ପୂରଣ ନ ହୁଏ ତା ହେଲେ ଆସନ୍ତା ଅଗଷ୍ଟ ୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି କାର୍ଯ୍ୟାଳୟରେ କାର୍ଯ୍ୟ କରିବେ ଓ ୧୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ, ତା ହେଲେ ୧୮ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସଂଘ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ l

କିନ୍ତୁ ସରକାରଙ୍କୁ ଦିଆଯାଇଥିବା ଦାବିପତ୍ରର ଆଜି ଡେଡ ଲାଇନ ସରିଯାଇଥିବା ବେଳେ, ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ପଦକ୍ଷେପ ନିଆଯାଇପାରିନାହିଁ l ଯେଉଁଥି ପାଇଁ ରାଜ୍ୟ ସଂଘର ଆହ୍ୱାନ କ୍ରମେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ଅଧିକାରୀ ଆସନ୍ତା କାଲିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ, କୋଟପାଡ଼ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ଅଧିକାରୀମାନେ ମଧ୍ୟ ସଂଘକୁ ସମର୍ଥନ ଜଣାଇ ଆସନ୍ତା କାଲିଠାରୁ ହେବାକୁ ଥିବା କଲମ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ,ଆଜି ଲିଖିତାକାରେ କୋଟପାଡ଼ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀମତୀ ସ୍ନେହପ୍ରଭା ମାଝୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ