।। କୈଳାସଙ୍କୁ ସବୁଜ ସଙ୍କେତ,ବିଜେଡ଼ି କର୍ମୀଙ୍କ ମହଲରେ ଖୁସିର ଲହରୀ ।।

Apr 2, 2024 - 08:31
 0  11
।। କୈଳାସଙ୍କୁ ସବୁଜ ସଙ୍କେତ,ବିଜେଡ଼ି କର୍ମୀଙ୍କ ମହଲରେ ଖୁସିର ଲହରୀ ।।

ସାରା ରାଜ୍ୟରେ ତିନୋଟି ପ୍ରମୁଖ ଦଳ ନିଜ ନିଜ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥିଙ୍କ ନାମ ଘୋଷଣା କରିବାକୁ ସବୁ ଦଳ ପଚ୍ଛ ଘୁଂଚା ଦେଉଛନ୍ତି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଥୀଙ୍କ ନାମ କୌଣସି ଦଳ ତରଫରୁ ଘୋଷଣା ହୋଇ ନଥିବା ବେଳେ ପ୍ରତ୍ୟେକ ଦଳର ଆଶାୟୀ ମାନେ ଏବେ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି।ଏହା ମଧ୍ୟରେ କିଛି ଆଶାୟୀଙ୍କ ସମର୍ଥକ ମାନେ କିନ୍ତୁ ଚୁପ୍ ବସି ନାହାନ୍ତି।କିପରି ତାଙ୍କ ଲୋକକୁ ଟିକେଟ ମିଳିବ ତାକୁ ନେଇ ଏବେଠାରୁ ସୋସିଆଲ ମିଡିଆ ଉପରେ ମାଡ଼ି ବସିଲେଣି।ବର୍ତ୍ତମାନ ବିଜେଡ଼ିର ଟିକେଟ କୁ ନେଇ ପ୍ରଭୁ ଜାନୀଙ୍କୁ ଟିକେଟ ଦିଆଯାଉ ନଚେତ୍ ଦଳ ଛାଡ଼ିବୁ ବୋଲି ଖୋଳା ଖୋଲି ଧମକ ଦେଉଥିବା ଭିଡିଓ ଏବେ ମୋବାଇଲ ଠୁ ମୋବାଇଲ୍ ଘୁରି ବୁଲୁଥିବା ବେଳେ କୈଳାସ କୁଲେଶିକାଙ୍କ ପାଇଁ ମଧ୍ୟ ଚାରୋଟି ବ୍ଲକ୍ ର ହଜାର ହଜାର ସମର୍ଥକ ଏବେ ପଦାକୁ ଗୋଡ କାଢିଛନ୍ତି।ସେମାନେ ମଧ୍ୟ ଏବେ ବାଧ୍ୟ ହୋଇ ସୋସିଆଲ ମିଡିଆକୁ ଆପଣାଇଛନ୍ତି। ଏହା ମଧ୍ୟରେ କୋରାପୁଟ ସାଂସଦ ଭାବେ କୌଶଲ୍ୟା ହିକକା ଙ୍କ ନାମ ଘୋଷଣା ହୋଇ ଜାଇଥିବା ବେଳେ ବିଧାୟକ ପ୍ରାଥି ଭାବେ କୈଳାଶ ଚନ୍ଦ୍ର କୁଲେଶିକାଙ୍କୁ ସବୁଜ ସଙ୍କେତ ମିଳିଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି।ଏହାକୁ ନେଇ ବିଜେଡ଼ି କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।ଏନେଇ ଲକ୍ଷ୍ମୀପୁର,ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ର ହଜାର ହଜାର ସମର୍ଥକ ମାନେ ଏକ ସାଧାରଣ ସଭାର ଆୟୋଜନ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।ଆଗାମୀ ଦିନରେ ଅଫିସିଆଲ୍ ଭାବେ କୁଲେଶିକାଙ୍କୁ ନାମ ଘୋଷଣା ହେଲେ ଆମେ ତାଙ୍କୁ ଓ ସାଂସଦ ପ୍ରଥିନି କୌଶଲ୍ୟା ହିକକାଙ୍କୁ ଜିତାଇବା ଦିଗରେ ଦିନ ରାତି ଏକ କରିଦେବୁ ବୋଲି କର୍ମୀ ମାନେ କହିଛନ୍ତି।ବର୍ତ୍ତମାନ ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କାହାକୁ ଠିକ୍ ଭାବି ତାଙ୍କ ନାମ ଘୋଷଣା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ fast news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ