।। କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୫ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ ।।

Jul 9, 2024 - 19:59
 0  100
।। କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୫ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ  ।।

ବରି : କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୫ ତମ ବନମହୋତ୍ସବ ଅବସରରେ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଞ୍ଚାୟତ କମ୍ପଗଡ଼ ହାଟ ସ୍ଥିତ ପାଲ୍ଲା ମଣ୍ଡପ ପରିସରରେ କୃପାସିନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା ଡାକ୍ତର ସର୍ବେଶ୍ୱର ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ପ୍ରଦୀପ ପ୍ରକ୍ଵଳନ କରି କାର୍ଯକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଓବିସି ମୋର୍ଚ୍ଚା ସଭ୍ୟ ଓ ଜଣାଶୁଣା ସମାଜସେବୀ ରାକେଶ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ଭାଗିରଥି ଦାଶ ମହାପାତ୍ର, ଗଙ୍ଗାଧର ମହାନ୍ତି, ମିନକେତନ ସାମଲ, ସୁଧାକର ଶତପଥି, ଡମ୍ବରୁ ଧର ସାହୁ, ଭାସ୍କର ଚନ୍ଦ୍ର ସାମଲ, ଜୟନ୍ତ କୁମାର ରଥ, ବିଶିଷ୍ଟ ବ୍ୟବସାୟୀ ଶିଶିର କୁମାର ସାହୁ, ଗୌରାଙ୍ଗ ଚନ୍ଦ୍ର ସାହୁ ଦୁର୍ଯୋଧନ ସାହୁ, ଶ୍ରିପଦ କୁମାର ଜେନା, ଶିଶିର କୁମାର ଶତପଥି, ରାଜେଶ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ମହେଶ୍ବର ସାହୁ ରାମ କୃଷ୍ଣ ସାମଲଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ଶିକ୍ଷାବିତ୍, ସମାଜସେବୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ ଦ୍ଵାରା ହିଁ ଆଗାମୀ ଦିନରେ ମାନବ ସଭ୍ୟତା ତିଷ୍ଠି ରହିବ ବୋଲି ମତ ଦେଇଥିଲେ । ଦିନକୁ ଦିନ ତାପମାତ୍ରା ବୃଦ୍ଧି, ଅସନ୍ତୁଳିତ ଜଳବାୟୁ ପାଇଁ ଜଙ୍ଗଲ ଲୋପ ମୁଖ୍ୟ କାରଣ, ବର୍ଷ ତମାମ ଗରମରେ ଲୋକ ନାନାଦି ହଇରାଣ ହେଉଛନ୍ତି ଓ ଡହଳ ବିକଳ ହୋଇ ଅଂଶୁଘାତ ଜନିତ ମୃତ ବରଣ କରୁଛନ୍ତି ଯାହାକି ଆମ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ଡାକ୍ତର ଶତପଥୀ ପ୍ରକାଶ କରିଛନ୍ତି।ସୂଚନା ଅନୁଯାୟୀ ଏହି କାର୍ଯକ୍ରମ ଟ୍ରଷ୍ଟର ପ୍ରତିଷ୍ଠାତା ଦିବ୍ୟପ୍ରକାଶ ସାହୁ ଓ ଟ୍ରଷ୍ଟର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ