।। କୁଆପଥର ମାଡରେ ଏକର ଏକର ରବି ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ ପରିବାର ।।

Jun 1, 2023 - 15:27
 0  20
।। କୁଆପଥର ମାଡରେ ଏକର ଏକର ରବି ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ ପରିବାର ।।

ରବିଧାନ ଫସଲ କରି ଚାଷି ନିଜ ପରିବାର ର ଆର୍ଥିକ ସ୍ଥିତି କୁ ମଜବୁତ କରିବାକୁ ଅଣ୍ଟାଭିଡ଼ି ଥିବାବେଳେ ଅମଳ ସମୟରେ କୁଆପଥର ମାଡରେ ଏକର ଏକର ରବିଧାନ ଫସଲ ନଷ୍ଟ ହୋଇଯାଇଛି। ଚିନ୍ତାରେ ଭାଙ୍ଗି ପଡିଛନ୍ତି ଚାଷି ପରିବାର। ଏଭଳି ଏକ ଖବର ଦେଖିବା ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବୋଇରଗାଁ ଗ୍ରାମରୁ। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ସ୍ଥିତ ବୋଇରଗାଁ ଗ୍ରାମର ନୃସିଂହ ମାଝୀ, ଧନୁର୍ଯ୍ୟ ମାଝୀ,ଡମ୍ବରୁ ଧର ପାଣ୍ଡେ ଓ ଅନ୍ୟାନ୍ୟ ଚାଷି ମାନେ। ଏହି ଚାଷି ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଲୋକଙ୍କ ପାଖରୁ ଧାର କରଜ କରି ରବିଧାନ ଫସଲ କରିଥିବା ବେଳେ ଅମଳ ସମୟ ରେ କାଳବୈଶାଖୀ ଓ କୁଆ ପଥର ମାଡ ରେ ଏକର ଏକର ଧାନ ଚାଷ ସମୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। କିଭଳି ଭାବରେ ବ୍ୟାଙ୍କ୍ ଲୋନ ଓ ଲୋକଙ୍କ ପାଖରୁ ଆଣିଥିବା ଟଙ୍କା ପରିଶୋଧ କରିବେ ଚିନ୍ତା ରେ ଚାଷୀ ପରିବାର। କୁଆପଥର ମାଡରେ ଧାନ ସବୁ ଝଡିଯାଇଥିବା ବେଳେ ଧାନକେଣ୍ଡା ସବୁ ନଷ୍ଟ ହୋଇଯାଇଛି। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷି ମାନେ ରବିଧାନ ଫସଲ କରିଥିଲେ ଏବେ କିଭଳି ଭାବରେ ବ୍ୟାଙ୍କ୍ ଲୋନ୍ ଓ ଲୋକଙ୍କ ପାଖରୁ ଧାର କରଜ ପରିଶୋଧ କରିବେ ଚିନ୍ତା ରେ ପଡ଼ିଯାଇଛନ୍ତି ଚାଷୀ ମାନେ। ରାଜ୍ୟ ସରକାର ଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠି ସାହାଯ୍ୟରେ ଚାଷି ଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ବୋଇରଗାଁ ଗ୍ରାମର ଚାଷୀ ମାନେ ଜିଲ୍ଲା ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି।

 ନୂଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ