।। କାହିଁକି ମାର୍ଗଶିର ଶେଷରେ ମଧ୍ୟ ସିରଜାପାଲି କୁ ଲକ୍ଷ୍ମୀ ବସ ପହଞ୍ଚି ପାରିଲା ନାହିଁ ।।

Dec 17, 2023 - 08:09
 0  17
।। କାହିଁକି ମାର୍ଗଶିର ଶେଷରେ ମଧ୍ୟ  ସିରଜାପାଲି କୁ ଲକ୍ଷ୍ମୀ ବସ ପହଞ୍ଚି ପାରିଲା ନାହିଁ ।।

ଦେଶ ସ୍ୱାଧୀନ ହୋଇ 76 ବର୍ଷ ହୋଇଗଲାଣି ଏବଂ ଆମେ ଯାଇ ଚନ୍ଦ୍ର ପୃଷ୍ଟ ରେ ଅବତରଣ କରିସାରିଲୁଣି କିନ୍ତୁ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି କୁ ଲକ୍ଷ୍ମୀ ବସ ଆସିପାରୁନି l ଓଡିଶା ରେ ମଧ୍ୟ ବିଜେଡି ଶାସନର 25 ବର୍ଷ ହୋଇଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ କଳାହାଣ୍ଡି ଜ଼ିଲ୍ଲା ସିରଜାପାଲି ପଂଚାୟତ କୁ ସରକାର ଙ୍କ ଚରମ ଅବହେଳା ଦେଖା ଯାଇଛି l ଦୀର୍ଘ 76 ବର୍ଷ ରୁ ସିରଜାପାଲି ଗ୍ରାମବାସୀ ଙ୍କୁ ଯାତ୍ରା କରିବାକୁ ହେଲେ 2 କିମି ଦୂର ଯାଇ ବସ ଚଢିବାକୁ ପଡୁଛି କିନ୍ତୁ ଓଡି଼ଶା ସରକାରଙ୍କ ଲକ୍ଷ୍ମୀ ବସ ଯୋଜନା ଆସିବାରୁ ଗ୍ରାମବାସୀ ବହୁତ ଉତ୍ସାହିତ ଥିଲେ ଗାଁ କୁ ବସ ଗଡିବ ବୋଲି କିନ୍ତୁ ତାହା ମଧ୍ୟ ଫସର ଫାଟିଲା lସିରଜାପାଲି ଏକ ବଡ ଗାଁ ତଥା ପଂଚାୟତ ମୁଖ୍ୟାଳୟ ହୋଇଥିବାରୁ ଗାଁ କୁ ବସ ଆସିବ କିନ୍ତୁ ତାହା ସ୍ୱପ୍ନରେ ରହିଗଲା l ବସ ର ରୁଟ ଚାଟ ରେ ସିରଜାପାଲି ର ନା ଥିବା ସତ୍ୱେ ସିରଜାପାଲି କୁ ବସ ଆସୁନାହିଁ l ବିଭିନ୍ନ ଖବର କାଗଜ ରେ ପ୍ରକାଶିତ ହେଲାପରେ ମଧ୍ୟ ପ୍ରଶାସନ କିମ୍ବା ଜନପ୍ରତିନିଧି ଙ୍କ ନିଦ ଭାଙ୍ଗୁନାହିଁ ଯାହାଦ୍ୱାରା ଗ୍ରାମବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି l ନିକଟରେ ପ୍ରଧାନମନ୍ତ୍ରୀ ସଡକ ତିଆରି ହୋଇଥିବା ସତ୍ୱେ ସିରଜାପାଲି କୁ କାହିଁକି ଲକ୍ଷ୍ମୀ ବସ ଆସୁନାହିଁ ବୋଲି ପଚାରିବାରୁ ପ୍ରଶାସନଏବଂ ଜନପ୍ରତିନିଧି ମାନେରାସ୍ତା କଡରେ ବିଦ୍ୟୁତ ଖୁଣ୍ଟ ଥିବାରୁବସ ଯିବାରେ ଅସୁବିଧା ହେଉଥିବା କହୁଛନ୍ତି l ଯଦି ବିଦ୍ୟୁତ ଖୁଣ୍ଟ ପାଇଁ ଗାଁ ଭିତରକୁ ବସ ଆସିପାରୁନାହିଁ ତାହେଲେ କାହିଁକି ସେହି ଖୁଣ୍ଟକୁ ବିଦ୍ୟୁତ ବିଭାଗ କୁ କହି ଘୁଞ୍ଚା ଯାଉନାହିଁ ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି l କୌଣସି ବିବାହ ର ବରଯାତ୍ରୀ ବସ କିମ୍ବା ରାଜନୈତିକ ଦଳ ର ଲୋକଙ୍କୁ ନେବାକୁ ଆସୁଥିବା ବଡ ବଡ ବସ ସିରଜାପାଲି କୁ କେମିତି ଆସିପାରୁଛି? ନିକଟରେ ଭବାନୀପାଟଣା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ଯିବାପାଇଁ ମିଶନଶକ୍ତି ମା ମାନଙ୍କୁ ନେବାପାଇଁ ଆସିଥିବା ସରକାରୀ ବସ କେମିତି ସିରଜାପାଲି କୁ ଆସିପାରିଲା ବୋଲି ସାଧାରଣରେ ପ୍ରଶ୍ନହେଉଥିବା ବେଳେ ଏହା ପ୍ରଶାସନ ର ଦାୟିତ୍ୱହୀନତା ବୋଲି ଚର୍ଚ୍ଚା ହେଉଛି l

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ