।। କମଲେଇ ରାସ୍ତା ପାଲଟିଛି ମରଣା ଯନ୍ତା, ଗ୍ରାମବାସୀ ହନ୍ତସନ୍ତ ।।

Sep 23, 2023 - 19:11
 0  13
।। କମଲେଇ ରାସ୍ତା ପାଲଟିଛି ମରଣା ଯନ୍ତା, ଗ୍ରାମବାସୀ ହନ୍ତସନ୍ତ ।।

ଲାଞ୍ଜିଗଡ଼,(କୋରାପୁଟ ୧ମ ଖବର ): ଦେଶ ସ୍ବାଧୀନତାର ଦୀର୍ଘ ୭୬ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା। ଭଲ ରାସ୍ତାଟିଏ ନ'ଥିବାରୁ ଶିକ୍ଷକଙ୍କ ଠୁ ଆରମ୍ଭ କରି ଛାତ୍ର ଛାତ୍ରୀ ଙ୍କ ସମେତ ଗ୍ରାମବାସୀ ମାନେ ନାହିଁ ନ'ଥିବା ସମସ୍ୟାର ସାମ୍ନା କରି ହନ୍ତସନ୍ତ ହେଉଥିବାବେଳେ ଗାଁ କୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନଥିବା ଭଳି ଦୁର୍ଭାଗ୍ୟଜନକ ସ୍ଥିତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଖବାହାଳି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି। ଲାଖବାହାଳି ପଞ୍ଚାୟତ ର ରଙ୍ଗି ଗୁଡ଼ା ଗ୍ରାମରୁ କମଲେଇ ଗାଁ କୁ ସଂଯୋଗ କରୁଥିବା ରାସ୍ତା ମରଣା ଯନ୍ତା ପାଲଟିଛି । କମଲେଇ ଗାଁ ର ଛାତ୍ର ଛାତ୍ରୀ ମାନେ ଲାଖବାହାଳି ହାଇସ୍କୁଲ କୁ ଏବଂ ଲୋକେ ଭତ୍ତା ଟଙ୍କା, ରାସନ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରିବାରେ ରାସ୍ତା ସମସ୍ୟା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିପଦ ସମୟରେ ଆମ୍ବୁଲାନ୍ସ ରଙ୍ଗି ଗୁଡ଼ା ଗ୍ରାମ ପାଖ ପର୍ଯ୍ୟନ୍ତ ହିଁ ଯାଇ ପାରୁଥିବା ବେଳେ କମଲେଇ ଗାଁ କୁ ଯାଇ ପାରି ନ'ଥାଏ ଆମ୍ବୁଲାନ୍ସ ଗାଡ଼ି। ଯାହା ଫଳରେ ଗାଁ ଲୋକେ ବାଧ୍ୟ ହୋଇ ଗୁରୁତର ରୋଗୀଙ୍କୁ ହେଉ ବା ଗର୍ଭବତୀ ମହିଳାଙ୍କୁ ହେଉ. କେତେବେଳେ ଖଟିଆରେ ତ କେତେବେଳେ କାନ୍ଧରେ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼ିଥାଏ ପରିବାର ଲୋକେ। ଏନେଇ ଗ୍ରାମବାସୀ ମାନେ ଜନପ୍ରତିନିଧିଙ୍କ ନିକଟରେ ବହୁବାର ଗୁହାରି କଲେ ମଧ୍ଯ ପ୍ରତିଶ୍ରୁତି ଛଡ଼ା କୌଣସି ସୁଫଳ ମିଲୁନ'ଥିବା ଅଭିଯୋଗ ହୋଇଛି ।ତେବେ ଏହି ରାସ୍ତା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମ ବାସି ଜୟ ମାଝୀ, ଜୀରାଣା ମାଝୀ, ଜଳ ମାଝୀ, ମଧୁ ମାଝୀ, ଟିପାଙ୍ଗ ମାଝୀ, ଜମା ମାଝୀ, ସିପୁନ ନାୟକ ସମେତ ଗ୍ରାମ ବାସି ପ୍ରଶାସନ କୁ ଅନୁରୋଧ କରିଛନ୍ତି l ତେବେ ଏଥି ପ୍ରତି ସରକାରଙ୍କ ଦୃଷ୍ଟି କେବେ ପଡୁଛି ଦେଖିବାକୁ ବାକି ରହିଲା l

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ରୁ Sagar Benal ଙ୍କ ରିପୋର୍ଟ ( କରାପୁଟ ୧ମ ଖବର )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ