।। କଂଗ୍ରେସ ର ବିଶାଳ କର୍ମୀ ସମବେଶ ।।

May 1, 2024 - 20:35
 0  222
।। କଂଗ୍ରେସ ର ବିଶାଳ କର୍ମୀ ସମବେଶ ।।

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ପାବାଲି ଓଏମସି ଛକ ନିକଟରେ କଂଗ୍ରେସର ବିଶାଳ ସମାବେଶର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଂସାଦ ଜୟରାମ ପାଙ୍ଗି, ପଟାଙ୍ଗି କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡ଼ାମ ,ଲୋକପ୍ରିୟ ସମାଜସେବୀ କାର୍ତ୍ତିକ ଖିଲ, ବ୍ଲକ ସଭାପତିଅର୍ଜୁନ ବାଙ୍ଗା,ଯୋଗ ଦେଇ ଏକ ବିଶାଳ କର୍ମୀ ସମବେଶ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ରେ ପଟାଙ୍ଗି କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡ଼ାମ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିପୁଳ ପରିମାଣ ଭୋଟରେ ବିଜୟୀ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ନିବେଦନ କରିବା ସହ ୨୪ ବର୍ଷ ଧରି ରାଜ୍ୟରେ ଆପାରଗ ବିଜେଡି ଶାସନ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ସହ ଶିଳ୍ପ କାରଖାନାର ପ୍ରତିଷ୍ଠା ନ କରି ବେକାର ଯୁବକ ଯୁବତିଙ୍କୁ ଦାଦନ ପଠାଇ କୃଷିି ଓ କୃଷକଙ୍କୁ ଅଣଦେଖା କରି କେବଳ ଭୋଟ ଜିତିବା ପାଇଁ ଯୋଜନାମାନ ତିଆରି କରି ଲୋକଙ୍କୁ ଭୁଆଁ ବୁଲାଉଥିବା କଥା ଲୋକଙ୍କୁ ଅବଗତ କରିବା ସହ କେନ୍ଦ୍ରରେ ବିଜେପି ସରକାର ଅହେତୁକ ଦରବୃଦ୍ଧି ସହ ସରକାରଙ୍କୁ ପ୍ରତ୍ୟାକ୍ଷାନ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବହୁତ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବା ପାଇଁ କର୍ମୀ ମାନଙ୍କୁ ନିବେଦନ କରିଥିଲେ। ଏହି ସମାବେଶରେ ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଲକର ଚାରିଗୋଟି ପଞ୍ଚାୟତ ସୁଙ୍କି, ପେଟୁର,ଆମ୍ପାବାଲି,ଗଲୁର୍ ପଂଚାୟତର ହଜାର ହଜାର ବିଜେଡି ବିଜେପି କର୍ମୀ ଆଜି ହାତ ଧରି ଛନ୍ତି ସମସ୍ତ ବରିଷ୍ଠ କଂଗ୍ରେସ କର୍ମୀ ଓ ବ୍ଲକ ସଭାପତି ଅର୍ଜୁନ ବାଙ୍କା, ଶୁକ୍ରା ଖରା,ଗବିନ୍ଦ ଖରା, ଶଙ୍କର ପଟ୍ଟନାୟକ,ପେଟୁର ପଞ୍ଚାୟତ ସଭାପତି ମଜେସ୍ ଗାଣ୍ଡାରି ଓ ତିନି ଗୋଟି ପଞ୍ଚାୟତ ସଭାପତି ନେତା ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସମସ୍ତଙ୍କ ମଧ୍ୟରେ ।

 ରୁପ ଖୋରାଙ୍କ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ