।। କଂଗ୍ରେସ ଦଳ ପକ୍ଷରୁ ବୁଥ କମିଟି ଗଠନ ।।

May 23, 2023 - 12:07
 0  74
।। କଂଗ୍ରେସ ଦଳ ପକ୍ଷରୁ ବୁଥ କମିଟି ଗଠନ ।।

ବୈପାରିଗୁଡ଼ା ବ୍ଲକରେ ଏବେ କଂଗ୍ରେସ୍ ଦଳ ପକ୍ଷରୁ ସାଂଘଟାନିକ କାର୍ଯ୍ୟ ଜର୍ ଯାର୍ କରୁଥିବା ଦେଖିବାକୁ ମିଳୁଛି। ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ବୈପାରିଗୁଡ଼ା ବ୍ଲକ୍ କଂଗ୍ରେସ୍ ସଭାପତି ଶ୍ରୀ ଗୌରଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସାଂଘଟନିକ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଆଜି ଚିପାକୁର ଗ୍ରାମ ପଞ୍ଚାୟତରେ ବୁଥ କମିଟି ଗଠନ କରାଯାଇଛି । ଏହି କମିଟି ଗଠନରେ ମୁଖ୍ୟ ଅଥିତି ଭାବେ କୋରାପୁଟ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ କୃଷ୍ଣଚନ୍ଦ୍ର କୁଲଦିପ୍ ଯୋଗଦେଇ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ କିପରି ବିଜୟ ଲାଭ କରିବ ସେ ନେଇ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଏହି ବୈଠକରେ ବାଲାଜୀ ରାଓ , ଜଗା ବିଷଇ , ମହେନ୍ଦ୍ର ଦଳେଇ , ଧନାପତି ଜାନି , ସମେତ ଚିପାକୁର୍ ଗ୍ରାମ ପଞ୍ଚାୟତର ସହ ସହ କଂଗ୍ରେସ୍ କର୍ମୀ ଯୋଗ ଦେଇଥିଲେ ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ