ଏବେ ଚମକିଵ ,,ହରିଶଙ୍କର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଚେୟାରମେନ ଙ୍କ ମହା ପ୍ରସିଦ୍ଧ ହରିଶଙ୍କର ଗସ୍ତ ,ବୁଲି ଦେଖିଲେ ଉନ୍ନୟନ କାମ

Oct 17, 2023 - 21:45
Oct 17, 2023 - 22:00
 0  54
ଏବେ  ଚମକିଵ ,,ହରିଶଙ୍କର  ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଚେୟାରମେନ ଙ୍କ   ମହା ପ୍ରସିଦ୍ଧ ହରିଶଙ୍କର  ଗସ୍ତ ,ବୁଲି ଦେଖିଲେ ଉନ୍ନୟନ କାମ

ଖପ୍ରାଖୋଲ ୧୭/୧୦/ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମଙ୍ଗଳବାର ଗସ୍ତ କରି ଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା ଅସିତ କୁମାର ତ୍ରିପାଠୀ । ଏହି ଅବସରରେ ପ୍ରଥମେ ପର୍ଯ୍ୟଟନ ର ବିକାଶ ପାଇଁ ପୂର୍ତ୍ତ ବିଭାଗ ଦ୍ଵାରା ଚାଲିଥିବା ଉନ୍ନୟନ କାମ ର ଅଗ୍ରଗତି ବୁଲି ଦେଖିଥିଲେ। ପାର୍କିଂ ପ୍ଲାଜା, ରାସ୍ତା, ଦୋକାନ ଘର, ଭୋଗ କୋଠା ଆଦି ବୁଲିଦେଖିଥିଲେ। ପରେ ମିଶନ ଶକ୍ତି କାଫେ ବୁଲିବା ସହିତ ମହିଳା ଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାଏକ, ଓ ଆଇ ସି ତଥା ଅତିରିକ୍ତ ନିର୍ଦେଶକ ପ୍ଲାନିଂ ସଞ୍ଜୟ କୁମାର ଦୀପ, ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଞ୍ଜୀବ କୁମାର ମହାନ୍ତି, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 ଖପ୍ରାଖୋଲ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ