।। ଏପ୍ରିଲ ମାସରେ ଗୁଡ଼ିକରେ ୧୫ଦିନ ପାଇଁ ବ୍ୟାଙ୍କବନ୍ଦ ରହିବ ।।

Mar 30, 2023 - 21:34
Mar 31, 2023 - 06:54
 0  94
।। ଏପ୍ରିଲ ମାସରେ ଗୁଡ଼ିକରେ  ୧୫ଦିନ ପାଇଁ ବ୍ୟାଙ୍କବନ୍ଦ ରହିବ ।।

ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ଦ୍ୱାରା ପ୍ରକାଶିତ ଛୁଟି ତାଲିକା ଅନୁଯାୟୀ ଏପ୍ରିଲ ମାସରେ ୧୫ଦିନ ପାଇଁ ବନ୍ଦ ରହିବ ।ଛୁଟିଦିନ ତାଲିକାରେ ରବିବାର, ଦ୍ଵିତୀୟ ଶନିବାର, ସାଧାରଣ ଛୁଟି ଏବଂ ଆଞ୍ଚଳିକ ଛୁଟି ଅନ୍ତର୍ଭୁକ୍ତ ।ତାଲିକାରେ ଥିବା କିଛି ଛୁଟି କେବଳ ନିର୍ଦ୍ଧିଷ୍ଟ ରାଜ୍ୟ ପାଇଁ ଅଟେ ।ଆରବିଆଇ ଗାଇଡ଼ଲାଇନ ଅନୁଯାୟୀ ପ୍ରତ୍ୟେକ ମାସର ପ୍ରଥମ ଏବଂ ତୃତୀୟ ଶନିବାର ଦିନ ବ୍ୟାଙ୍କ ଗୁଡିକ ଖଲା ଅଛି ,କିନ୍ତୁ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିବ ।ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଦିନ ଛୁଟି ସବୁ ପଡୁଛି । ଏପ୍ରିଲ ୧ (ଶନିବାର) ଆର୍ଥିକ ବର୍ଷ ଶେଷ ପାଇଁ ସମସ୍ତ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨ (ରବିବାର) ଏପ୍ରିଲ ୪(ମଙ୍ଗଳବାର) ମହାବୀର ଜୟନ୍ତୀ । ଏପ୍ରିଲ ୫ (ବୁଧବାର)ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ । ଏପ୍ରିଲ ୭ ଗୁଡ଼୍ ଫ୍ରେଏଡେ ଏପ୍ରିଲ ୮ଦ୍ୱିତୀୟ ଶନିବାର । ଏପ୍ରିଲ ୯ରବିବାର । ଏପ୍ରିଲ ୧୪ (ଶୁକ୍ରବାର)ବୋହାଗ ବିନ୍ଦୁ, ମହା ଵିଷ୍ଣୁଙ୍କ ସଂକ୍ରାନ୍ତି, ବୈଶାଖୀ । ଏପ୍ରିଲ ୧୫ (ଶନିବାର)ବୋହାଗ ବିନ୍ଦୁ,ହିମାଚଳ ଦିବସ,ବଙ୍ଗାଳି ନୂଆ ଖାଇ । ଏପ୍ରିଲ ୧୬ ରବିବାର ଏପ୍ରିଲ ୧୮ (ମଙ୍ଗଳବାର)ଶବ,ଏଲ,କାଦର । ଏପ୍ରିଲ ୨୧ (ଶୁକ୍ରବାର) ଇଦ, ଉଲ, ଫିଟର (ରମଜାନ ଇଦ) । ଏପ୍ରିଲ ୨୨ (ଶନିବାର) ରମଜାନ ଇଦ । ଏପ୍ରିଲ ୨୩ ରବିବାର । ଏପ୍ରିଲ ୨୯ ଚତୁର୍ଥ ଶନିବାର । ଗ୍ରାହକ ମାନେ ବ୍ୟାଙ୍କ କୁ ଯିବା ପୂର୍ବରୁ ଆରବିଆଇ ଛୁଟି ତାଲିକା ଝାଞ୍ଚ କରିବା ଆବଶ୍ୟକ ।ଯଦି ଓ ବ୍ୟାଙ୍କ ଗୁଡିକ୧୫ଦିନ ବନ୍ଦ ରହିବ, ଗ୍ରାହକ ମାନେ ଚିନ୍ତା କରିବା ଉଚିତ ନୁହେଁ କାରଣ ଅନଲାଇନ ଇଣ୍ଟରନେଟ ବ୍ୟାଙ୍କି ସେଭା ସବୁଦିନ ଭଳି ଉପଲବ୍ଧ ରହିବ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ