ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ : ସାମାଜିକ ଦାଇତ୍ଵ ଓ ସମାଜ ସେବା ମୂଳ ଲକ୍ଷ
ମାଲକାନଗିର, ୬।୫: ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଘ ସଭାପତି ଅଶୋକ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଂଘ ସମ୍ପାଦକ ବି ଶ୍ରୀନିବାସ ପାତ୍ର, ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, କୋଷାଧକ୍ଷ ହୃଷୀକେଶ ଶେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମକୁ ସଂଘର କାର୍ଯ୍ୟଳୟ ସମ୍ପାଦକ ଭଗବାନ ସାହୁ ପରିଚାଳନା କରିଥିଲେ। ଏହି ଅବସରରେ ସଂଘର ବିଭିନ୍ନ ଗୁରୁତ୍ଵପୂର୍ଣ ବିଷୟକୁ ନେଇ ଆଲୋଚନା ହୋଇଥିଲା। ବିଶେଷ କରି ଜିଲ୍ଲା ସଦର ସହ ବ୍ଲକ ସ୍ତରରେ ସଂଘର ନୂତନ ଗୃହ କାର୍ଯ୍ୟ ଆରମ୍ଭ କରିବା, ସାମାଜିକ ଓ ସେବା ମୂଳକ କାର୍ଯ୍ୟ କରିବା ଭଳି ବିଷୟରେ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର ଜିଲ୍ଲା ସଂଘର ସ୍ଥାୟୀ କାର୍ଯ୍ୟଳୟ ନିର୍ମାଣ କରିବା ଉପରେ ବିଶେଷ ଗୁରୁତ୍ଵ ସହ ସଂଘକୁ ସୁଦୃଢ ରଖିବା ପାଇଁ ପ୍ରତି ମାସରେ ଗୋଟିଏ ଗୋଟିଏ ବ୍ଲକକୁ ଯାଇ ସେଠାରେ ସ୍ଥାନୀୟ ସଦସ୍ୟଙ୍କ ସହ ଆଲୋଚନା ଓ ସ୍ଥାନୀୟ ଅଞ୍ଚଳର ସମସ୍ୟା ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପୂର୍ବରୁ ମଧ୍ୟ ଅନେକ ସମାଜ ସେବା ମୂଳକ କାର୍ଯ୍ୟ କରିଆସୁଥିବା ବେଳେ ସମ୍ବାଦିକତା ସହ ସମାଜ ପ୍ରତି ଥିବା ନିଜର ଦାଇତ୍ଵକୁ ଅଦମ୍ୟ ଦିନରେ ମଧ୍ୟ ତୁଲାଇବ ବୋଲି ଜିଲ୍ଲା ସଭାପତି ଓ ସମସ୍ତ ସଦସ୍ୟ ଏକ ସ୍ଵରରେ ପ୍ରକାଶ କରିଥିଲେ। ସଂଘର ଏଭଳି ସେବା ମନବୃତି ଅନେକ ଖଳ ପ୍ରବୃତିର ଲୋକଙ୍କୁ ସୁହାଉ ନଥିବା ବେଳେ ସେମାନେ ସଂଘ ବିରୋଧରେ ଷଡଯନ୍ତ୍ର କରୁଥିବା ହେତୁ , ଆଗାମୀ ଦିନରେ ସେମାନକୁ ଉଚିତ ଜବାବ ଦିଆଯିବ ବୋଲି ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ତେବେ ଆଗାମୀ ଦିନରେ ଅସହାୟଙ୍କୁ ସାହାଯ୍ୟ, ଲୋକଙ୍କ ସମସ୍ୟାକୁ ସରକାରଙ୍କ ନଜରକୁ ଆଣିବା ଓ ଏହାର ସମାଧାନ ଯାଏଁ ନିଜର କଲମ ମୁନାରେ ସଂଘର୍ଷ ଜାରି ରଖିବା ପାଇଁ ସମସ୍ତଙ୍କୁ ସେ ଉପଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ସଭାପତି, କର୍ମକର୍ତ୍ତାଙ୍କ ସହ ପ୍ରାୟ ୫୦ ଜଣ ସଦସ୍ୟ ଉପସ୍ଥିତ ରହି ନୀର ମତ ପ୍ରକାଶ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0