ଇସ୍ରୋ ଯିବେ ଆହ୍ବାନ

ନୂଆପଡ଼ା : ଆସନ୍ତା ୧ ତାରିଖରେ ଅହମଦାବାଦସ୍ଥିତ ଇସ୍ରୋକୁ ଯାତ୍ରା କରିବେ ନୂଆପଡ଼ା ଜିଲ୍ଲା ସଦର ମହାକୁମା ଲକ୍ଷ୍ମୀ ନଗର ବାସିନ୍ଦା ଚଞ୍ଚଳା ଖମାରୀ ଏବଂ ଜୟନ୍ତ ଖମାରୀଙ୍କ ପୁଅ ଆହ୍ବାନ ଜ୍ୟୋତି ଖମାରୀ । ଆହ୍ବାନ ବର୍ତ୍ତମାନ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଛୋଟବେଳୁ ବିଜ୍ଞାନ ପ୍ରତି ରୁଚି ରଖୁଥିବା ଆହ୍ବାନ ଅନେକ ସମୟରେ ବିଭିନ୍ନ ପ୍ରକଳ୍ପ ତିଆରି କରି ଜିଲ୍ଲାସ୍ତରରେ ପୁରସ୍କୃତ ହେବାସହ ନିଜ ବିଦ୍ୟାଳୟ ଓ ଅଂଚଳର ନାମ ରଖିଛନ୍ତି। ଗତ ଡିସେମ୍ବର ୧୩ ତାରିଖରେ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ଜାତୀୟସ୍ତରୀୟ ଯୁବ ବୈଜ୍ଞାନିକ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେଠାରେ କୃତିତ୍ୱ ହାସଲ ପରେ ସେ ଇସ୍ରୋ ଯିବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧ ତାରିଖରେ ଅହମଦାବାଦ ସ୍ଥିତ ଇସ୍ରୋରେ ପହଞ୍ଚି ବୋଲି କହିଛନ୍ତି । ଏଥିପାଇଁ ବାପା, ମା’ ଓ ବଡ଼ ଭଉଣୀଙ୍କ ପ୍ରମୁଖ ସହଯୋଗ ରହିଥିବା ବେଳେ ଆଗାମୀ ଦିନରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଆହ୍ବାନ ଲକ୍ଷ୍ୟ ରଖିଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






