ଇନ୍ଦ୍ରାବତୀ ନଦୀରେ ବୁଡି ବୃଦ୍ଧଙ୍କ ମୃତ

ଥୁଆମୂଳ ରାମପୁର,୧୪।୯(ଇମିସ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଚମ୍ପାଚୁଆଁ ଗ୍ରାମର ଜଣେ ବୃଦ୍ଧ ଝିଅ ଘରୁ ଫେରୁଥିବା ବେଳେ ଇନ୍ଦ୍ରାବତୀ ନଦୀ ପାରି ହେଉଥିବା ସମୟରେ ପାଣିରେ ବୁଡି ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଚମ୍ପାଚୁଆଁ ଗ୍ରାମର ସୁନାଧର ମାଝୀ(୫୦) ଗତ ୧୧ ତାରିଖରେ ନିଜ ସାନ ଝିଅ ରହୁଥିବା ପେଙ୍ଗଢୁସି ଗ୍ରାମକୁ ଯାଇଥିଲେ । ଝିଅକୁ ଭେଟି ନିଜ ଗାଁ କୁ ଫେରୁଥିବା ବେଳେ ଇନ୍ଦ୍ରାବତୀ ନଦୀ ପାରି ହେଉଥିବା ସମୟରେ ହଟାତ ପାଣି ବଢିଯିବାରୁ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କଲା ପରେ ମଧ୍ୟ ପାଇନଥିଲେ । ଆଜି କୁମୁଡ଼ାବାହଲି ଡ୍ୟାମ ପାଖରେ ଶବ ଭାସୁଥିବା ଦେଖି ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ର ବନମାଳୀ ପୁଝାରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଯାଇ ଶବ କୁ ଉଦ୍ଧାର କରି ଏ ଏସ ଆଇ ଭୀମସେନ ଦଣ୍ଡସେନାଙ୍କୁ ହସ୍ତାନ୍ତର କରିଥିଲେ । ପରେ ପୁଲିସ ଶବ କୁ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛନ୍ତି ।
ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






