ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଓଡ଼ିଶାରେ ନୂଆପଡା ଜ଼ିଲ୍ଲା ପ୍ରଶାସନ ପ୍ରଥମ ସ୍ଥାନ ଗ୍ରହଣ କରି ପୁରସ୍କୃତ

Nov 22, 2023 - 11:59
 0  26
ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଓଡ଼ିଶାରେ ନୂଆପଡା ଜ଼ିଲ୍ଲା ପ୍ରଶାସନ ପ୍ରଥମ ସ୍ଥାନ ଗ୍ରହଣ କରି ପୁରସ୍କୃତ

ନୂଆପଡା : ନୂଆପଡା ଜ଼ିଲ୍ଲା ପ୍ରଶାସନ ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଦ୍ୱାରା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର ଜ଼ିଲ୍ଲା ସାରା ଗାଁ ଗାଁ ମାନଙ୍କରେ ଆୟୋଜନ କରି ପୋଷ୍ଟ ଅଫିସ, ବ୍ୟାଙ୍କ ମାଧ୍ୟମରେ ସଞ୍ଚୟ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସୁକନ୍ୟା ସମୃଦ୍ଧି ଯୋଜନା, କିସାନ ବିକାଶ ପତ୍ର, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ଏମଆଇଏସ, ନ୍ୟାସନାଲ ସେଭିଙ୍ଗ ସାଟିଫିକେଟ, ଆଇଡି ମାଧ୍ୟମରେ ସଞ୍ଚୟ କରି ଲୋକଙ୍କୁ ସାଇବର କ୍ରାଇମ ଠକେଇରୁ ଦୁରେଇ ରହିବ ପାଇଁ ସଚେତନତା କରାଯିବ ସହ ଜ଼ିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଦ୍ୱାରା ପ୍ରତ୍ୱେକ ଦୁଇ ହଜାର ଟଙ୍କା ଜମା କଲେ ଗୋଟିଏ କୁପନ ହିତାଧିକାରୀଙ୍କୁ ଦିଆଯାଏ ଫାଇନାନ୍ସ ବିଭାଗର ନୂଆପଡା ଜ଼ିଲ୍ଲା ପାଇଁ ଟାର୍ଗେଟ ଦିଆଯାଇଥିଲା 45 ହଜାର ହେଲେ ନୂଆପଡା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଦ୍ୱାରା 62 ହଜାର 246ଟଙ୍କା ର କୁପନ ଜେନେରେଟ କରିଥିବାରୁ ଓଡିଶା ର ସମସ୍ଥ ଜ଼ିଲ୍ଲା ମଧ୍ୟରେ ଆଗ୍ରଣୀ ଜ଼ିଲ୍ଲା ଭାବରେ ପ୍ରଥମ ସ୍ଥାନ ଗ୍ରହଣ କରି ଜ଼ିଲ୍ଲାପାଇଁ ଗୌରବର ବାର୍ତା ଆଣିଦେଇଛି l ସଞ୍ଚୟ ଓ ଆର୍ଥିକ ସେବା ସଙ୍ଗଠନ ଅର୍ଥ ବିଭାଗ ଓଡିଶା ସରକାର ନିର୍ଦେଶକ ଙ୍କ ଦ୍ୱାରା ନୂଆପଡା ଜ଼ିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ମହାନନ୍ଦ ପୁରସ୍କାର ଗ୍ରହଣ କରିଛନ୍ତି l ଏହା ଜ଼ିଲ୍ଲାପାଇଁ ଏକ ଗୌରବର ବାର୍ତା ବୋଲି ଜନସାଧାରଣରେ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ