ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଗ୍ରାମର ଯୁବକମାନେ ଛାତ୍ର ଛାତ୍ରୀ ମାନଙ୍କୁ ଚକଲେଟ ଏବଂ କଲମ ବଣ୍ଟନ

Apr 14, 2026 - 05:29
 0  21
ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଗ୍ରାମର ଯୁବକମାନେ ଛାତ୍ର ଛାତ୍ରୀ ମାନଙ୍କୁ  ଚକଲେଟ ଏବଂ କଲମ ବଣ୍ଟନ

ଫିରିଙ୍ଗିଆ: ତା ୧୩/୦୪/୨୦୨୬( ରୋନାଲ ଦିଗଲ first News Odisha)କନ୍ଧମାଳ ଜିଲ୍ଲା ଫିରୀଙ୍ଗିଆ ବ୍ଲକ ନିକଟସ୍ଥ ଡିଣ୍ଡିରା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ,ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଗ୍ରାମର ଯୁବକମାନେ ଛାତ୍ର ଛାତ୍ରୀ ମାନଙ୍କୁ ଚକଲେଟ ଏବଂ କଲମ ବାଣ୍ଟି ଥିଲେ । ତା ସହିତ ଆମ୍ବେଦକର ଙ୍କ ସଂଘର୍ଷ ଜୀବନ ଏବଂ ତାଙ୍କର ସମାଜ ପ୍ରତି ଅବଦାନ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟ କ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏବଂ ପ୍ରଧାନ ଶିକ୍ଷକ ,ନିଜର ସମୟ ଦେଇ କାର୍ଯ୍ୟକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟ ନିମନ୍ତେ ଆସନ୍ତା କାଲି ତା ୧୪ ରିଖ ରେ ବିଦ୍ୟାଳୟ ଛୁଟି ଥିବା ଯୋଗୁଁ ଆଜି ଏହି କାର୍ଯ୍ୟ କ୍ରମକୁ ରଖା ଯାଇଥିଲି । ଏହି କାର୍ଯ୍ୟ କ୍ରମ ନିମନ୍ତେ ଆୟଜନ କରିଥିବା ଗ୍ରାମର ବୁଦ୍ଧିଜୀବୀ ଯୁବକ ଭାଇମାନେ ସହଯୋଗକରିଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ । ଏହିଭଳି କାର୍ଯ୍ୟକ୍ରମ ଶାରା ଜିଲ୍ଲାରେ ପ୍ରେରଣା ଯୋଗାଇବ ବୋଲି ଆମର ଆଶା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ