।। ଆମ -ଓ "ଯୁବ ଓଡିଶା ନବୀନ ଓଡିଶା:କ୍ରିକେଟ ଉତ୍ସବ ଅନୁଷ୍ଠିତ ।।

Dec 24, 2023 - 13:53
 0  12
।। ଆମ -ଓ "ଯୁବ ଓଡିଶା ନବୀନ ଓଡିଶା:କ୍ରିକେଟ ଉତ୍ସବ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ହାରାମାଲ ପଂଚାୟତ ସ୍କୁଲ ପଡିଆ ରେ ଯୁବ ଓଡିଶା ନବୀନ ଓଡିଶା ତରଫରୁ କ୍ରିକେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରିକେଟ ଉତ୍ସବ ତିନି ଦିନ ଧରି ଚାଲିଥିବା ବେଳେ 12ଟି ଦଳ କୁ ନେଇ ଖେଳ ଟି ଅନୁଷ୍ଠିତ ହୋଇଥିଲା। ଫାଇନାଲ ଖେଳ ଟି ଟେମରା ଓ ପାଜେନ ଦଳ ମଧ୍ୟ ରେ ହୋଇଥିବା ବେଳେ ଟେମରା ଦଳ ବିଜୟ ହାସଲ କରିଥିଲା। ହାରାମାଲ ପଂଚାୟତ ଓ ବନ୍ଧକନା ପଂଚାୟତ ର ଏହି ମିଳିତ କ୍ରିକେଟ ଉତ୍ସବ ରେ ବିଜେତା ହୋଇ ଥିବା ଟେମରା ଦଳ ଆଗାମୀ ଦିନ ରେ ଖେଳିବେ। ଏହି କ୍ରିକେଟ ଉତ୍ସବ ର ମୁଖ୍ୟ ଅତିଥି ଭାବେ କଳମପୁର ବ୍ଲକ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡାଙ୍ଗୀ ଯୋଗ ଦେଇ ଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ହାରାମାଲ ପଂଚାୟତ ସରପଞ୍ଚ ଶୁଶିଲା ଦୁର୍ଗା, ବନ୍ଧକନା ପଂଚାୟତ ସରପଞ୍ଚ ହିମାଦ୍ରୀ ବାଗ,କଳମପୁର ଏ ଇ ସ୍ମୃତି ରଞ୍ଜନ ସେଠୀ, ଯେ ଇ ପିତାମ୍ବର ହେମରମ, ପି ଇ ଓ ଲାଲ ସୁନ୍ଦର ଶବର, ଜି ଆର ଏସ ପାର୍ଥ ସାରଥୀ ସାହୁ, ବନ୍ଧକନା ସରପଞ୍ଚ ପ୍ରତିନିଧି ଶତ୍ରୁଘ୍ନ ବାଗ, ହାରା ମାଲ ସରପଞ୍ଚ ପ୍ରତିନିଧି ଭକ୍ତରାଜ ଦୁର୍ଗା,ଓ କଳମପୁର ବ୍ଲକ ଓକିଲ ସଙ୍ଘ ର ସଭାପତି ସୁଶୀଲ କୁମାର ରାଉତ ମଞ୍ଚାସିନ ଥିଲେ। ଏହି ଖେଳ ରେ ଅମ୍ପାୟାର ଭାବେ ଗୋବିନ୍ଦ ଦୁର୍ଗା ଓ ଗିରିଶ ଭୋଇ ହୋଇ ଖେଳ ଟି ସୁଚାରୁ ରୂପେ ତୁଲେଇ ଥିଲେ।

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ