।। ଅର୍ଥଅଭାବରୁ ଚିକିତ୍ସା ହଇନପାରି ଅସହାୟ ରେ ପଡିରହିଛି କବିତା ମାଝୀ ।।

Nov 22, 2023 - 19:24
 0  24
।। ଅର୍ଥଅଭାବରୁ ଚିକିତ୍ସା ହଇନପାରି ଅସହାୟ ରେ ପଡିରହିଛି କବିତା ମାଝୀ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଜିପି ଅନ୍ତର୍ଗତ ଶ୍ରୀମସ୍କା ଟିଟ୍ରି ପଡାଗ୍ରାମର ଶୁକୃ ମାଝୀ ମାତା ମନଦେଇ ମାଝୀ ଙ୍କ ଝିଅ କବିତା ମାଝୀ ଜନ୍ମବେଳେ ସବୁଠିକଠାକ ଥିଲେ. ବୟସ ବଡିବା ସଙ୍ଗେଝିଅର ପାଠ ପଡା ଆଗ୍ରହ ଦେଖି ମା ବାପା ଗାଁ ସ୍କୁଲ ରେ ତାଙ୍କ ଲେଖାଇ ଥିଲେ. କବିତା ମାଝୀ 2017ମସିହା ରେ ମାଟ୍ରିକ ପଡୁଥିବା ବେଳେ ହଟାତ ତାଙ୍କ ପିଠିର ଡାହାଣ ପାର୍ଷରେ ଯନ୍ତ୍ରଣା ହେବା ସହିତ ଏକ ମାଂସ ପିଣ୍ଡୁଳା ଦେଖାଦେଇଥିଲା. ତାହା ଆସ୍ତେ ଆସ୍ତେ ବଡିବାରେ ଲାଗିବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭଵାନୀ ପାଟଣା କୁ ନେଇଥିଲେ.ସେଠାରେ ଡାକ୍ତର କବିତା ମାଝୀ ଙ୍କ ଉଚ୍ଚତର ଚିକିତ୍ସା ର ଆଵଶ୍ୟକତା କୁ ଅନୁଭବ କରି ପ୍ରଶାନ ପକ୍ଷରୁ କୋଟକ ହରି ହର ଡାକ୍ତର ଖାନାକୁ ପଠାଇଥିଲେ. ସେଠାରେ କିଛି ଦିନ ଚିକିତ୍ସା ପରେ ଡାକ୍ତର ଘରକୁ ପଠାଇଥିଲେ. ରୋଗ ଉପଶମ ନହେବାରୁ ମା ବାପା ଧାର କରଜ କରି ଛତିଶଗଡ଼ ରାୟପୁର ସ୍ଥିତ ଏକ ଘରଇ ଡାକ୍ତର ଖାନାକୁ ନେଇଥିଲେ. ସେଠାରେ ଡାକ୍ତର ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଉଚ୍ଚତର ଚିକିତ୍ସା ପାଇଁ ଅତିକମରେ 16ଲକ୍ଷ ଟଙ୍କା ଖର୍ଚ୍ଚ ହେବବଳି କହିବାରୁ ଗରିବ ମା ବାପା ସମ୍ପୂର୍ଣ ଭାଙ୍ଗି ପଡି ଶେଷରେ ଝିଅକୁ ଧରି ଘରକୁ ଫେରିଆସିଲେ.ମାଂସ ପିଣ୍ଡୁଳା ଦିକୁଦିନ ବଡିବାରେ ଲାଗିଛି. କବିତା ବସି ପାରୁଛିନା ଶଇପାରୁଛି. କେବଳ ଯନ୍ତ୍ରଣା ରେ ଛଟ ପଟ ହଇ ଅନବରତ ଆଖିରୁ ଲୁହ ଗଡା଼ଉଛି. ପରିବାର ପାଖରେ ବିଜୁ ଶ୍ୱାସ୍ଥ୍ୟକାର୍ଡ ରହିଛି ମାତ୍ର ସେଥିରେ 10ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବେ. ଅବଶିଷ୍ଟ ଟଙ୍କା ଜଗାଡ଼ କରିବାରେ ସମ୍ବଭ ନାହିଁ. କୌଣସି ସୂତ୍ରରୁ ଖବର ପାଇ କଂଗ୍ରେସ ଦୋଳ ର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରmla ଆସାୟୀପ୍ରାର୍ଥୀ ଶ୍ରୀଯୁକ୍ତ ଚାଞ୍ଚଚେର ମାଝୀ କବିତା ମାଝୀ କୁ 1000ଟଙ୍କା ଦେଇ ସହାୟତାର ହାତ ବଡାଇ ଛନ୍ତି. ଏହିଦିଗରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାପାଇଁ କବିତା.ମା. ବାପା ଓ ଅଞ୍ଚଳ ବାସିଦାବିକରି ଛନ୍ତି ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ