।। ଅବକାରୀ ବିଭାଗ କୁ ବଡ଼ ସଫଳତା ୧୫୦ କେଜି ଗଞ୍ଜଇ ସହ , ଦୁଇ ଜଣ ଗିରଫ ।।

ଵଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ନେହେନା ବନ୍ଧ ଗାଁରେ ପାଟଣାଗଡ ଓ ଖପ୍ରାଖୋଲ ଅବକାରୀ ବିଭାଗ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମିଳିତ ଭାବରେ ଚଢାଉ କରିଥିଲେ । ପ୍ରାୟ ୧ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରି ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା । ଉକ୍ତ ଗାରୁ ରାଜୁ ମାଝୀ ଓ ଚୁଡ଼ାମଣୀ ସାହୁ ଙ୍କୁ ଗିରଫ କରି ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କଥା ଅବକାରୀ ଉପ ନିରୀକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ପରିଡାଙ୍କଠାରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାପାଟଣାଗଡ ଥାନା ନେହେନା ବନ୍ଧ ଗାଁରେ ଗଞ୍ଜେଇ ଚୋରାଚାଲାଣ ର ଅଭିଯୋଗ ହୋଇଥିଲା । ପାଟଣାଗଡ ଉପ ଅବକାରୀ ଦାୟୀତ୍ଵରେ ଥିବା ଶ୍ରୀଯୁକ୍ତ ସରୋଜ କୁମାର ପରିଡା ଖବର ପାଇ ପାଟଣାଗଡ଼ ତହସିଲଦାର ଶ୍ରୀଯୁକ୍ତ ଲକ୍ଷ୍ମଣମାଝୀ ଓ ଖପ୍ରାଖୋଲ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ନେହେନା ବନ୍ଧ ଗାଁରେ ପହଞ୍ଚି ରାଜୁ ଓ ଚୁଡାମଣୀଙ୍କ ଘରୁ ସମୁଦାୟ ୧ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଥିଲେ ।
ପାଟଣାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






