ଅପରାହ୍ନର ଜିଲ୍ଲା ସ୍ତରୀୟ କବିତା ପାଠ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ
କୋଲାବିରା, ୧୫ । ୩ ( ଫାଷ୍ଟ ନ୍ୟୁଜ, ଓଡିଶା): ଅପରାହ୍ନ ପକ୍ଷରୁ ଝାରସୁଗୁଡା ସାହିତ୍ୟ ଝର କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସାରସ୍ଵତ ବନ୍ଧୁ ମିଳନ କବିତା ପାଠ ଓ ଆଲୋଚନା ଚକ୍ର କୋଲାବିରା ସ୍ଥିତ ଅସିତ ହୋଟେଲ ସଭା କକ୍ଷରେ ରବିବାର ଦିବସବ୍ୟାପି ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାହିତ୍ୟିକ ତଥା ପୂର୍ବତନ ସରଫଚ ତୁଳାରାମ ସେନାପତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ ସଭାରେ ମୁଖ୍ୟ ଅତିଥ୍ ଭାବରେ ଶ୍ରୀମତୀ ପ୍ରଣତୀ ପଟ୍ଟନାୟକ, ସମ୍ମାନୀତ ଅତିଥ ଭାବରେ ଶ୍ରୀମତୀ ମାଧବୀ ପଟେଲ ଓ ବିଶିଷ୍ଟ ନାରୀ କବି ଓ ଲେଖିକା ତସୁର୍ୟଲତା ଲେଙ୍କା ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବରେ ଅପରାହ୍ନ ର ସଂପାଦକ ତଥା ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଙ୍ଗଠମର ରାଜ୍ୟ ସଭାପତି ବଂଶିଧର ଜେନା ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରୋହିତ କୁମାର ପଟେଲ ଯୋଗଦେଇ ଝାରସୁଗୁଡା ଜିଲ୍ଲାର ଐତିହ ପର୍ଯ୍ୟଟନ ତଥା ସାହିତ୍ୟ କ୍ଷେତ୍ରର ସକ୍ରିୟ ଥିବା ଅନୁଷ୍ଠାନ ଗୁଡିକ ବିଷୟରେ ଆଲୋକପାତ କରିବା ସହିତ ବର୍ତମାନ ପରିସ୍ଥିତିରେ ଗୋଟିଏ ପାର୍ଶ୍ଵରେ ଲଢେଇ ଯୁଦ୍ଧର ଘନଘଟାରେ ଜୁଝୁଥିବା ବିଶ୍ଵ ଯୁଦ୍ଧର ତ୍ରାଶଦି ମଧ୍ୟରେ ଗତିକରୁଥିବା ବେଳେ ଏପଟେ ବୁଦ୍ଧ ଗାନ୍ଧି ଓ ଗୋପବନ୍ଧୁଙ୍କର ଅହିଂଶା ଆଉ ସାହିତ୍ୟ ସୃଷ୍ଟି କରିବାର ଏପରି ଏକ ପରିବେଶ ଇରାନ ଇରାକ ଆଉ ଆମେରିକାକୁ ପଛରେ ପକେଇ ଦେଇଛି । ଖୁସିରେ ଭରିଦେବାକୁ ଚାହୁଁଛି ଭାରତର ସେଇ ମହାମନ୍ତ୍ର ସର୍ବେ ଭବନ୍ତୁ ସୁଖନମ ସର୍ବେ ସନ୍ତ ନିରାମୟା ।ସାହିତ୍ୟକୁ ଭଲ ପାଉଥିବା ଦରଦି ମଣିଷ,ସାହିତ୍ୟକୁ ସର୍ବାଙ୍ଗିନ ଜଲାଜଳୀ ଦେଉଥିବା,କଷ୍ କରି ସାହିତ୍ୟ ପାଇଁ ସେବା କରୁଥିବା ସେଇ ସାହିତ୍ୟିକଙ୍କ ଯୋଗୁ ଆଜି ଭାଷା ବଂଚି ପାରିଛି, ସାହିତ୍ୟ ଆଦୃତ ହୋଇପାରିଛି ସାହିତ୍ୟ ସାଧନାକୁ ଆହୁରି ବଲିଷ୍ଠ କରିବାକୁ ସେ ଆହ୍ଵାନ ଦେବା ସହିତ ଆଗ କାଳରେ ରାଜା ରାଜୁଡା ମାନେ ସାହିତ୍ୟ ସଭାକରୁଥିଲେ ଓ ସାହିତ୍ୟିକଙ୍କୁ ବଂଚାଉଥିଲେ,ଆଉ ଏବେ ହୃଦୟୀ ଅନୁଷ୍ଠାନ ହେଉ ବା ବ୍ୟକ୍ତି ବିଶେଷ ବଂଚେଇ ରଖୁଛନ୍ତି ସାହିତ୍ୟ ଆଉ ସାହିତ୍ୟ ସଭାକୁ, ସାହିତ୍ୟର ଜୟ ହେଉ,କାଳଜୟୀ ହେର ସାହିତ୍ୟ ବୋଲି ମୁଖ୍ୟବକ୍ତା ନିଜ ଅଭିଭାଷଣରେ କହିଥିଲେ । ବିଶିଷ୍ଟ ସାହିତ୍ୟିକ ପଣ୍ଡତି ତ୍ରୈଲୋକ୍ୟନାଥ ମହାପାତ୍ର ସଭାପରିଚାଳନା କରିଥିବା ବେଳେ କବିତା ପାଠୋତ୍ସବକୁ ଶିକ୍ଷକ ମୋରଂଜନ କଂଟା ଓ ପ୍ରଧାନ ଶିକ୍ଷକ ଅଂଜଳୀପ୍ରଭା ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦ୍ବୀପ ପ୍ରଜ୍ବଳନ କରି ମାଁ ସମଲେଶ୍ଵରୀଙ୍କ ପଜାର୍ଚ୍ଚନା କରାଯାଇଥିଲା । ସ୍ବାଗତ ସଙ୍ଗିତ ସହ ବନ୍ଦେ ଉତ୍କଳ ଜନନୀ ଶିକ୍ଷୟତ୍ରୀ କୁନୁ ଦେହରୀ ଗାନ କରିଥିଲେ । ସମଲେଶ୍ବରୀ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ୫୬ ଜଣ କବି କବୟତ୍ରୀ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ ସ୍ବରଚିତ କବିତା ପାଠ କରିଥିଲେ । ଏଇ ଅବସରରେ ୯ ଜଣ କବି-କବୟତ୍ରୀଙ୍କୁ ଅପରାହ୍ନ ସାହିତ୍ୟ ଝର ସମ୍ମାନରେ ସ୍ମାରକ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଫଳ ରୂପାୟନରେ ସଂସଦର ସମ୍ପାଦକ ଡ.କୀର୍ତି ଚନ୍ଦ୍ର ବହିଦାର,ଅଦ୍ୟାଶା ପ୍ରାଜଂଳ ବହିଦାର,ଅର୍ଥବ,ଆରବ,ଆଦିତ୍ୟ ପ୍ରମୁଖ ସହଯୋଗ କରିଥିଲେ ।
କୋଲବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0