।। ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯକ୍ରମ ଅନୁଷ୍ଠିତ ।।

Mar 9, 2024 - 11:50
 0  25
।। ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯକ୍ରମ ଅନୁଷ୍ଠିତ ।।

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିଶନ ଶକ୍ତି ଭବନ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଅଛି. l ପ୍ରଥମେ ଏକ ରାଲି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ମିଶନଶକ୍ତି ଭବନ ପର୍ଯ୍ୟନ୍ତ ଯାଇଥିଲା| ତାପରେ ଏହି କାର୍ଯକ୍ରମ ରେ ଲମ୍ବୋଦର ଧରୁଆ ସିଡିଓ କମ ଇଓ ଜ଼ିଲ୍ଲା ପରିଷଦ ନୂଆପଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ମିନତି ପତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତାଲିମ କୁ ପରିଚାଳନା କରିଥିଲେ | ଜିଲ୍ଲାର ସମସ୍ତ ସି.ଡି.ପି.ଓ, ମଣ୍ଡଳ ପରିଦର୍ଶକ, ଅଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା, ପୋଷଣ କର୍ମକର୍ତ୍ତା ଉପସ୍ଥିତ ଥିଲେ | ରଞ୍ଜନ କୁମାର ସାହୁ ଜିଲ୍ଲା ସଂଯୋଜକ ଧନ୍ୟବାଦ ଦେଇଥିଲେ | ବିଭୂତି ମିଶ୍ର, ମାନଗୋବିନ୍ଦ ସ୍ୱାଇଁ ସହଯୋଗ କରିଥିଲେ l ଏହି ପରିପ୍ରେକ୍ଷୀରେ ପ୍ରଥମ ସର୍ବୋତ୍ତମ ଅଙ୍ଗନୱାଡି କେନ୍ଦ୍ର କୁର୍ରୁମୁଣ୍ଡା ସେକ୍ଟର ବେଲଟୁକୁରି ନୂଆପଡା ପ୍ରୋଜେକଟ କୁ କୋଡିଏ ହଜାର ଟଙ୍କା, ଦ୍ୱିତୀୟରେ ସର୍ବୋତ୍ତମ ଅଙ୍ଗନୱାଡି କେନ୍ଦ୍ର ପେଣ୍ଡେରାବନ୍ଦ ବସ୍ତି ସେକ୍ଟର କୋନାବିରା କୋମନା ପ୍ରୋଜେକଟ କୁ କୋଡିଏ ହଜାର ଟଙ୍କା, ତୃତୀୟରେ ସର୍ବୋତ୍ତମ ଅଙ୍ଗନୱାଡି କେନ୍ଦ୍ର ଦେଓଭାଇ ସେକ୍ଟର ବରଗାଁ ପ୍ରୋଜେକଟ କୁ ଦଶ ହଜାର ଟଙ୍କା ପ୍ରଦାନ କରାଜାଇଥିବାବେଳେ ସର୍ବୋତ୍ତମ ଆୱାର୍ଡ ସିଡିପିଓ ମୀନା ଅଗ୍ରୱାଲ ଖରିଆର, ସର୍ବୋତ୍ତମ ବେଷ୍ଟ ସୁପରଭାଇସର ବିଲାସିନି ଚୂହାନ, ଦିପାଞ୍ଜଳୀ ମେହେର, ନିନା ଶବର ଏବଂ ବେଷ୍ଟ କିଶୋରୀ ବାଳିକା ଛତିଗୁଡା ଏବଂ ଲରକା ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ