ଅନ୍ତର୍ଜାତୀୟ ବୋକ୍ସସିଂ ଖେଳରେ ସ୍ଵର୍ଣ ପଦକ ପାଇଲେ ତେଜସ୍ୱୀ ସୋନୀ
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ସହରରର ବାସିନ୍ଦା ଆଇନଜୀବୀ ପୁରୁଷୋତମ ସୋନି ଏବଂ ମାତା ଚନ୍ଦ୍ରପ୍ରଭା ସୋନିଙ୍କ ସୁପୁତ୍ର ତେଜସ୍ବୀ ସୋନି ଇଣ୍ଡୋନେସେଆର ବାଲି ଠାରେ ଆୟୋଜିତ ବିଶ୍ବ କିକ ବକ୍ସସିଂ ରେ ଗୋଲ୍ଡ ମେଡାଲ ପାଇଛନ୍ତି । ଫିଲିପାଇନ୍ସ ର କିକ୍ ବକ୍ସସିଂ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ଏହି ବିରାଟ ସଫଳତା ପ୍ରାପ୍ତ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲା ତଥା ସାରା ରାଜ୍ୟ ର ସମ୍ମାନ ବଢ଼ିଛି । ଆଜି ବାଲି ରୁ ଖାରିଆର ରୋଡ ଫେରି ଆସିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କାରାଯାଇଛି । ତେଜସ୍ବୀ ଙ୍କ ସଫଳତା ପାଇଁ ତାଙ୍କ ପରିବାର ଏବଂ ନଗରବାସିମାନେ ବହୁତ ଆନନ୍ଦ ପ୍ରକାଶ କରିଛନ୍ତି। ତେଜସ୍ବୀ ଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଜୀବନ ପାଇଁ ସମସ୍ତେ ସଫଳତା କାମନା କରିଛନ୍ତି। ଏହି ସ୍ୱାଗତ ସମ୍ବର୍ଧନା ବେଳେ ତନୟା ଶ୍ରୀବାସ୍ତବ (ଟ୍ରେନର) ଖରିଆର ରୋଡ ଉପ ନଗରପାଳ ନିଶାନ୍ତ ଡାଗା, ନୂଆପଡା ବାର ଆସୋସିଏସନର ସିଟୁ ବୋଧନକର, ଗୋଲୀ ତିୱାର, ଅଜୟ ଶର୍ମା, ଗୌରୀ ପଟେଲ, ରାକେଶ ହଂସ, ପୁରୁଷୋତ୍ତମ ଜାହାନବାଦୀ, କୋମଲ ଜାହାନବାଦୀ, ଅଂକୁର ଜାହାନବାଦୀ, ବଳବନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
1
Love
0
Funny
0
Angry
0
Sad
0
Wow
0