ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ ସ୍ତରୀୟ ମହା ସମ୍ମିଳନୀ ଅନୁଷ୍ଠିତ ହେବାକୁ ପ୍ରତିନିଧି ସଭାରେ ନିଷ୍ପତ୍ତି

Jan 13, 2026 - 20:22
 0  6
ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ ସ୍ତରୀୟ ମହା ସମ୍ମିଳନୀ ଅନୁଷ୍ଠିତ ହେବାକୁ ପ୍ରତିନିଧି ସଭାରେ ନିଷ୍ପତ୍ତି

ଲଇକେରା୧୩/୧(ଫାଷ୍ଟ ନ୍ୟୁଜ ଓଡିଶା): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ତାଳମୁଣ୍ଡା ବ୍ଲକର ଗ୍ରାମରେ ଅଖିଳ ଭାରତୀୟ ଅଘରିଆ ସମାଜ,ରାଜ୍ୟ କମିଟି ସଭାପତି ଦିନବନ୍ଧୁ ନାଏକଙ୍କ ସଭାପତିତ୍ବରେ ରାଜ୍ୟ ସ୍ତରୀୟ ପ୍ରତିନିଧି ସଭାରେ ଫେବୃୟାରୀ ୨୮,ମାର୍ଚ୍ଚ ୧ ଓ ୨ ତାରିଖ ତିନି ଦିନ ବ୍ୟାପୀ ତଲମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହେବାକୁ ସ୍ଥିର ସିଦ୍ଧାନ୍ତ ନିଆ ଯାଇଥିଲା ।ଏହି ସଭାରେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ,ନିର୍ବାଚନ କମିଟି ଅଧ୍ୟକ୍ଷ ,ଉପ ସଭାପତି ସ୍ନେହଲତା ପଟେଲ ,ସାଧାରଣ ସମ୍ପାଦକ ସୁରେଶ କୁମାର ପଟେଲ ,ସମ୍ପାଦକ ସନାତନ ନାଏକ,ବାମଣ୍ଡା ଅଞ୍ଚଳ ସଭାପତି ଭବାନୀ ଶଙ୍କର ନାୟକ,ଲଇଡା ଅଞ୍ଚଳ ସଭାପତି ବିନୟ କୁମାର ଚୌଧୁରୀ,ଗାଙ୍ଗପୁରର ଅଞ୍ଚଳ ସଭାପତି ଯଶୋବନ୍ତ ନାଏକ, ବଲାଙ୍ଗିର ଅଞ୍ଚଳ ଶୁଭ୍ରଂଶୁ ପଟେଲ ସଭାପତି ,କଳାହାଣ୍ଡି ଅଞ୍ଚଳ ସଭାପତି ସୁଜନ ଅଘରିଆ, ଯୁବ ସଭାପତି ପୀତବାସ ପଟେଲ,ଉପଦେଷ୍ଟା ଦିଲ୍ଲୀପ ପଟେଲ,କୋଷାଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।ଆସନ୍ତା ତିନି ବର୍ଷ ପାଇଁ ହେବାକୁ ଥିବା ନୂତନ କର୍ମ କର୍ତ୍ତା ଗୁଡ଼ିକ ସର୍ବ ସମ୍ମତି କ୍ରମେ କରାଯିବାକୁ ସ୍ଥିର କରା ଯାଇଥିଲା ।ସଭାକୁ ମଣ୍ଡଳ ସଭାପତି ପ୍ରସନ୍ନ କୁମାର ପଟେଲ ସଂଯୋଜନା କରିଥିବା ବେଳେ ସୁରେଶ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 ଲଇକେରାରୁ ନିଶିତ ବହିଦାରଙ୍କ ରିପୋର୍ଟ,(ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ