।। 5 ଟି ଅଧକ୍ଷ ଭି କେ ପାଣ୍ଡିଆନ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ରେ ଆରମ୍ଭ କଲେ ପ୍ରଚାର ।।

Apr 26, 2024 - 16:12
 0  540
।। 5 ଟି ଅଧକ୍ଷ ଭି କେ ପାଣ୍ଡିଆନ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ରେ ଆରମ୍ଭ କଲେ  ପ୍ରଚାର ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନି ମଣ୍ଡଳି ସେମିଲିଗୁଡା ବ୍ଲକ ଠାରେ 5 ଟି ଅଧକ୍ଷ ଭି କେ ପାଣ୍ଡିଆନ ଆଜି ପ୍ରଥମ ନିର୍ବାଚନ ପ୍ରଚାର ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ରୁ ଆରମ୍ଭ କରିଅଛନ୍ତି।ସେ ହେଲିକାପ୍ଟର ଦ୍ଵାରା ସେମିଳିଗୁଡା ବ୍ଲକ୍ ଅନ୍ତର୍ଗତ ବାଙ୍ଗୁରୁଗୁଡା ଠାରେ ଅବତରଣ କରିଅଛନ୍ତି।ଦଳୀୟ କର୍ମୀ ମାନେ ଭିକେ ପାଣ୍ଡିଆନ ଙ୍କୁ ସ୍ଵାଗତ କରିଥିଲେ।5 ଟି ଅଧକ୍ଷ ଭି କେ ପାଣ୍ଡିଆନ ଆସିବା କ୍ଷଣି ଜନତାଙ୍କ ମଧ୍ୟରେ ପ୍ରବେଶ କରି ଜନତାଙ୍କ ସହ ହାତ ମିଶାଇବା ସହ ବିଭିନ୍ନ ଜନତାଙ୍କ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ।ସେଠାରୁ ସେ ମଞ୍ଚରେ ପହଞ୍ଚିଥିଲେ।ସେଠାରେ ମା ଗାଙ୍ଗେଶ୍ୱରୀ ମନ୍ଦିର କମିଟି ଦ୍ବାରା ସ୍ୱର୍ଣର ମା ଦୁର୍ଗା ଙ୍କ ଫୋଟ ଚିତ୍ର ପ୍ରଦାନ କରାଇଥିଲା।ମଞ୍ଚରେ ସେ ପ୍ରଥମେ ଜୟ ଜଗନ୍ନାଥ କହି କାର୍ଯ୍ୟକ୍ରମ ଟିକୁ ପ୍ରାରମ୍ବ କରିଥିଲେ।ସେ କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ୟକ୍ତି ଦେଇଥିବା ଅଭିଯୋଗ ଗୁଡ଼ିକୁ ଦେଖାଇ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ ହେଉଥିବା ଯୋଗୁଁ ମୂଖ୍ୟମନ୍ତ୍ରୀ ଙ୍କ ପ୍ରତି ରହିଥିବା ବିଶ୍ୱାସ ଯୋଗୁଁ ସମସ୍ୟା ଗୁଡ଼ିକ ପହଞ୍ଚିଥିବା ନେଇ କହିଥିଲେ।ସେ ପୂର୍ବରୁ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ଲୋକଙ୍କ ଦ୍ଵାରା ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା।ଏହା ପରେ ତୁରନ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ତଥା ଦେଓମାଳି ର ଉନ୍ନତିକରଣ,ନନ୍ଦପୁର ବ୍ଲକ ର ରାଣୀ ଡୁଡୁମା ଉନ୍ନତିକରଣ,ମା ଗାଙ୍ଗେଶ୍ବରି ମନ୍ଦିର ପଟ୍ଟାଙ୍ଗି ର ଉନ୍ନତି କରଣ ପ୍ରାରମ୍ଭ ହୋଇଅଛି ସେହିଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ଓଡ଼ିଶା ସରକାର ଦ୍ଵାରା ମହିଳା ମାନଙ୍କ ସଶକ୍ତି କରଣ କରାଯାଇଥିବା ଯୋଜନା,ବିଜୁ ସ୍ଵାସ୍ଥ୍ୟ ଯୋଜନା ଦ୍ବାରା ଅନ୍ୟରାଜ୍ୟର ମେଡିକାଲ ରେ ମଧ୍ୟ ସ୍ଵାସ୍ଥ୍ୟ ମିଳୁଥିବା,ଲକ୍ଷ୍ମୀ ବସ ଦ୍ଵାରା ପଟ୍ଟାଙ୍ଗି ବାସି ଉପକୃତ ହେଉଥିବା ଆଦି ନେଇ ଲୋକଙ୍କୁ ସଚେତନ କରାଇଥିଲେ।ଆମ ମୁଖ୍ୟମନ୍ତ୍ରୀ କଥା କମ କାମ ବେଶୀ କରନ୍ତି ।କୋରାପୁଟ ପୂର୍ବତନ ସାଂସଦ ଜିତିବା ପରେ କୌଣସି ମଧ୍ୟ କାର୍ଯ୍ୟ କରିନଥିବା ନେଇ କାଇଅଛନ୍ତି।ତେଣୁ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଏବଂ ପଟ୍ଟାଙ୍ଗି ର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଭୋଟ ଦେବା ପାଇଁ ଜନତାଙ୍କୁ ନିବେଦନ କରିଥିଲେ।ବିଜୁ କର୍ମୀ ମାନଙ୍କୁ ସାଧାରଣ ଜନତାଙ୍କୁ ଭୋଟ କେନ୍ଦ୍ର କୁ ନେଇ କିଭଳି ୮୦ ରୁ ୯୦ ପ୍ରତିଶତ ଭୋଟ ହୋଇପାରିବ ସେଥିନେଇ କହିଥିଲେ।ଉଭୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଜିତାଇବା ପାଇ ଅନୁରୋଧ କରିଥିଲେ ।

 କୋରାପୁଟ ରୁ ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ