।। ୱେବ ମଡ଼ିଆ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହେଲା ।।

ଡିଜିଟାଲ ମିଡ଼ିଆ ବା ୱେବ ମିଡ଼ିଆ କହିଲେ ବର୍ତ୍ତମାନ ଯୁଗର ସର୍ବୋତ୍ତମ ଓ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ l ଯାହାକି ପ୍ରତ୍ୟେକ ଗ୍ରାମାଞ୍ଚଳ ରୁ ସହର ପର୍ଯ୍ୟନ୍ତ ଛୋଟରୁ ଛୋଟ ଖବର ଅତି କମ ସମୟରେ ପରିବେଷଣ ହୋଇ ପାରୁଛି l ଅଭାବ, ଅନଟନ, ଘଟଣା, ଦୁର୍ଘଟଣା, ସରକାରୀ ଅବହେଳା, ଅତ୍ୟାଚାର ବିଷୟରେ ସବୁବେଳେ ତତ୍ପରତା ଦେଖାଇ ସରକାରୀ ଯୋଜନା ଗୁଡିକର ସଦୁପଯୋଗ କରାଇବାରେ ସାହାଯ୍ୟ କରୁଛନ୍ତି ବୋଲି ଜନସାଧାରଣ ଆଗ୍ରହ ସହିତ ନିଜ ଅଂଚଳର ସମସ୍ତ ଖବର ପାଇ ପାରୁଛନ୍ତି l ଆଜି କାଲିର ବ୍ୟସ୍ତ ଜୀବନ ଯାପନ କାଳରେ ଲୋକଙ୍କ ପାଖରେ ନାଁ ଲମ୍ବା ଧାଡ଼ିର ପେପେର ପଡ଼ିବାକୁ ଧର୍ଯ୍ୟ ଅଛି ନାଁ ଘରେ ବସିକରି ଟିଭି ଦେଖିବା ପାଇ ସମୟ ଅଛି l ଡିଜିଟାଲ ଦୁନିଆରେ 5ଜି ଯୁଗର ଜନସାଧାରଣ ବର୍ତ୍ତମାନ ମୋବାଇଲରେ ଫେସବୁକ ଓ ୟୁଟୁବ ଦେଖିବାକୁ ପସନ୍ଦ କରୁଛନ୍ତି l ଦିନକୁ ଦିନ ପେପର ଓ ଟିଭି ଉପରୁ ଲୋକପ୍ରିୟତା କମିବାରେ ଲାଗୁଛି l ତେଣୁକରି ଲୋକେ ୱେବ ଚ୍ୟାନେଲ ଗୁଡିକୁ ଅଧିକରୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି l ଚଳିତ ମାସର 11 ତାରିଖ ରବିବାର ଦିନ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟେଡିଅମ ଠାରେ ଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ହଲରେ ଜିଲ୍ଲାର ସୁନାମ ଅର୍ଜନ କରୁଥିବା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଗଲା l ଏହି ଉତ୍ସବରେ କୋଠାବାଡି ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, WODC ସଦସ୍ୟ ହଂସରାଜ ଜୈନ, କଂଗ୍ରେସ କିଷାନ ସଭାପତି ସାନନ୍ଦ ମିଶ୍ର, ପୌରପାରିଷଦ MLA ନୋମିନି ଅଜୟ ବାଲି, ଯୁବ ସମାଜସେବକ ବଳରାମ ବଗର୍ତ୍ତୀ ଓ TIMES ONE ODIA WEB NEWS CHANNEL ର ମୁଖ୍ୟ ଅକ୍ଷୟ ଚାନ୍ଦ ମଞ୍ଚରେ ୱେବ ଚ୍ୟାନେଲ ରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉନ୍ନତି କାମନା କରିବା ସହିତ ଆଗାମୀ ଦିନରେ ସରକାରୀ ସାହାଯ୍ୟ ସହଯୋଗ ପାଇବାକୁ ହକଦାର ବୋଲି ଆଶ୍ରିବଚନ ପ୍ରଦାନ କରିଥିଲେ l ଏଥିରେ ଜିଲ୍ଲାର ଶତାଧିକ ସାମ୍ବାଦିକ ନିଜ ଅଂଚଳରେ ଥିବା ବଛା ବଛା ସମାଜସେବୀ, ରକ୍ତଦାତା, ପ୍ରକୃତି ବନ୍ଧୁ, ଗୋ ପାଳକ, ଗାୟକ, କବି, ବାଦ୍ୟଯନ୍ତ୍ର କଳାକାରମାନଙ୍କୁ ମଧ୍ୟ ଉକ୍ତ ଉତ୍ସବକୁ ନିମନ୍ତ୍ରିତ କରି ଅତିଥିଙ୍କ ଦ୍ୱାରା ସମ୍ମାନିତ କରିଥିଲେ l ଯାହାଫଳରେ କି ଆଖ ପାଖ ଜିଲ୍ଲାରେ ଚହଳ ପଡିଯାଇଛି ଯେ ୱେବ ସାମ୍ବାଦିକମାନେ ତାଙ୍କ ଉତ୍ସବ ସାମୁହିକ ଭାବରେ ପାଳନ କରିଛନ୍ତି ଏବଂ ଆଶୀର୍ବାଦ ଲାଭ କରିଛନ୍ତି ।
ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






