ହୃଦଘାତ ରେ ସାମ୍ବାଦିକ ଶରତ ସୁନାନୀ ଙ୍କ ଅକାଳ ବିୟୋଗ
କଲମପୁର, (ଫାଷ୍ଟ ନ୍ୟୁଜ୍ ଓଡିଶା) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ଅନ୍ତର୍ଗତ ପୋଟସ ଗ୍ରାମର ଶରତ ଚନ୍ଦ୍ର ସୁନାନୀ (୪୬) ଙ୍କ ଗୁରୁବାର ସକାଳ ପ୍ରାୟ ସାଡେ ୭ ଟାରେ ହୃଦଘାତ ହେବାରୁ ତାଙ୍କ ମୃତ୍ୟୁ ହୋଇଥିଲା l ସୂଚନାଯୋଗ୍ୟ ଯେ, ସକାଳୁ ସେ ଘର ବାହାରେ ଠିଆ ହୋଇ ଥିବା ବେଳେ ହଠାତ ତଳେ ପଡି ଅଚେତ ହୋଇଯାଇଥିଲେ l ସେଠାରୁ ତାଙ୍କୁ ନିକଟ କଲମପୁର ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ l କିନ୍ତୁ ଡାକ୍ତର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ମୃତ ଘୋଷଣା କରିଥିଲେ l ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି l ତାଙ୍କ ପାର୍ଥିବ ଶରୀର କୁ ନିଜ ଗାଁ ର ନିଜ ଚାଷ ଜମି ନିକଟରେ ଶବଦାହ କରାଯାଇଥିଲା l ତାଙ୍କ ସାନ ଭାଇ ବିନୋଦ ସୁନାନୀ ମୁଖାଗ୍ନି ଦେଇଥିଲେ l ସ୍ୱାମି ଙ୍କ ଆକସ୍ମିକ ମୃତ୍ୟୁ ରେ ସ୍ତ୍ରୀ ବିଳାସିନୀ ସୁନାନୀ ଏବଂ ତାଙ୍କ ତିନି ଝିଅ ମର୍ମାହତ ହୋଇ ପଡିଛନ୍ତି l ଶରତ ପରିବାର ର ମୁଖ୍ୟ ଥିଲେ l ଉତ୍କଳ ସମାଜ ପତ୍ରିକା ର ସାମ୍ବାଦିକ ଭାବେ କଲମପୁର ବ୍ଲକ ରେ କାର୍ଯ୍ୟ କରୁଥିଲେ l ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା l ମୃତ୍ୟୁ ଖବର ପ୍ରସାରିତ ହେବା ପରେ ତାଙ୍କ ପାର୍ଥିବ ଶରୀର କୁ ଦେଖିବା ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ସମୂହ ଙ୍କ ଭିଡ଼ ଲାଗିଥିଲା l ଖବର ଶୁଣିବା ମାତ୍ରେ ବିଡ଼ିଓ ବିଜୟ କୁମାର ମାଡାଙ୍ଗୀ, ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ, ପାଣ୍ଡିଗାଁ ସରପଞ୍ଚ କବିତା ଜେନ, ଡା. ଶିବାଶିଷ ସ୍ୱାଇଁ, ସମିତି ଉପାଧ୍ୟାକ୍ଷ ଚିନ୍ତାମଣି ବେହେରା ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀ, ରାଜନେତା ସମୂହ ଦୁଃଖ ପ୍ରକାଶ କରିଛନ୍ତି l ବ୍ଲକ ର ସମସ୍ତ ସାମ୍ବାଦିକ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହି ପରିବାର କୁ ସମବେଦନା ଜଣାଇଥିଲେ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0