।। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।

Aug 2, 2023 - 15:59
 0  59
।। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ।।

ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭା ଗୃହରେ ଖରିଆର ରୋଡର ନଗରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଜୈନଙ୍କ ଅଧ୍ୟକ୍ଷତାରେ ଆଗାମୀ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ପରିଷଦର ଉପାଧ୍ୟକ୍ଷ ଶ୍ରୀ ନିଶlନ୍ତ ଡାଗା, କଳାହାଣ୍ଡି ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ଅଗ୍ରୱାଲ, ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କମଳାସନ ରଥ, ୱାର୍ଡ ମେମ୍ବର ମୋହନ ଚେଲକ, ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷ୍ୟାନୁଷ୍ଠାନ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କ ସହ ପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ l ଉକ୍ତ ବୈଠକରେ ବିଭିନ୍ନ ପ୍ରସ୍ତାବମାନ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା l ସ୍ୱାଧୀନତା ଦିବସ 2023ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷl ଶ୍ରୀମତୀ ସୋନିଆ ଜୈନ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶିକ୍ଷାନୁଷ୍ଠାନ ସ୍ତରରେ ବିଭିନ୍ନ ପ୍ରତିଯୋଗୀତl କରାଯାଇ ସ୍ୱାଧୀନତା ଦିବସରେ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲାବେଳେ କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଗୋବିନ୍ଦ ପଟେଲ ଧନ୍ୟବାଦ ଦେଇଥିଲେ l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ