।। ସେବା ପାଇଁ ସମର୍ପିତ, ମନିଷ ଦେବାଙ୍ଗନ ।।

Apr 26, 2024 - 12:45
 0  306
।। ସେବା ପାଇଁ ସମର୍ପିତ, ମନିଷ ଦେବାଙ୍ଗନ ।।

ନୂଆପଡା : ଆମ ଭିତରେ ଏମିତି ଅନେକ ବି ଅଛନ୍ତି ଯେଉଁମାନେ ମଣିଷ ହୋଇ ମାନବିକତାକୁ ଖୁବ୍ ଭଲ ପାଆନ୍ତି । ଏଇ ଭଲ ପାଇବା ସହ ଜୀବନ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଅନୁପ୍ରେରିତ କରେ । ଆଉ ସମାଜ ସେମାନଙ୍କୁ ଜୀବନ ଯୋଦ୍ଧାର ଆଖ୍ୟା ଦିଏ । ଏମିତି ଜଣେ ନିଆରା ଯୁବ ଚେହେରା ହେଉଛନ୍ତି ମନିଷ ଦେବାଙ୍ଗନ | ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡର ବାସିନ୍ଦା ମନିଷ ଦେବାଙ୍ଗନ ସେ ଏକ ପ୍ରକାରର ସମାଜ ସେବୀ ଭାବରେ ଜଣାଶୁଣା ଚେହେରା l ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେବ ଅଞ୍ଚଳରେ ଅନେକ ସେବା କାର୍ଯ୍ୟରେ ଜଡିତ ଅଛନ୍ତି । ଛାତ୍ର ଜୀବନରୁ ରକ୍ତ ଦାନ ପ୍ରତି ଆକୃଷ୍ଟ ଥିବା ମନିଷ ଦେବାଙ୍ଗନ 2019 ମସିହାରୁ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର କରି ରକ୍ତ ସଂଗ୍ରହ କରିବା ସହ ଦରକାର ପଡିଲେ ଲୋକଙ୍କୁ ରକ୍ତ ଦେଇ ଲାକଙ୍କୁ ବଞ୍ଚାଇବା ତାଙ୍କ ଏବେ ନିଶା ପାଲଟି ଯାଇଛି l ଏହି କାମକୁ ଜ଼ିଲ୍ଲାରେ ସଚେତନତା ବାର୍ତ୍ତା ସୃଷ୍ଟି କରୁଥିବାର ପରିଲକ୍ଷିତ ହେଉଛି l ଏ ପ୍ରସଙ୍ଗରେ ସେ କହନ୍ତି, ମୁଁ ଯୁବବସ୍ଥାରୁ ଲୋକଙ୍କ ସେବାରେ ଜଡିତ l ଯେ କୌଣସି ବ୍ୟକ୍ତିଙ୍କୁ ରକ୍ତ ଦରକାର ପଡିଲେ ମୋତେ ଫୋନ କଲେ ବା ସୂଚନା ଦେଲେ ମୁଁ ତୁରନ୍ତ ସେବାରେ ପହଞ୍ଚି ଯାଏଁ l ଯେ କୌଣସି ଲୋକଙ୍କୁ ରକ୍ତ ଦରକାର ପଡିଲେ ତାଙ୍କ ସମିତିରେ ଥିବା ସଦସ୍ୟଙ୍କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀଙ୍କୁ ରକ୍ତ ଦେବାରେ ସାହାଯ୍ୟ କରେ ଏବଂ ସମସ୍ତଙ୍କୁ ସେ ସହଯୋଗ କରିବା ପାଇଁ କହନ୍ତି l ଏହା ସହ ସେ ଗୋଶାଳା ସମିତି କରି ବନ୍ୟପ୍ରାଣୀଙ୍କର ସୁରକ୍ଷା ଏବଂ ତାଙ୍କ ପାଇଁ ଚାରା ର ବ୍ୟବସ୍ଥା କରନ୍ତି ବୋଲି ସେ କହନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ