ଖରିଆର ରୋଡ୍‌ରେ ନିଷିଦ୍ଧ ପ୍ଲାଷ୍ଟିକ୍‌ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ; ୧୦୬ କେଜି ପ୍ଲାଷ୍ଟିକ୍ ଜବତ, ୩୪ ହଜାର ଟଙ୍କା ଜରିମାନା ଆଦାୟ

Oct 23, 2026 - 18:47
 0  6
ଖରିଆର ରୋଡ୍‌ରେ ନିଷିଦ୍ଧ ପ୍ଲାଷ୍ଟିକ୍‌ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ;  ୧୦୬ କେଜି ପ୍ଲାଷ୍ଟିକ୍ ଜବତ, ୩୪ ହଜାର ଟଙ୍କା ଜରିମାନା ଆଦାୟ

ନୂଆପଡା, ୨୩/୧୦: ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ (Single-Use Plastic)ର ବ୍ୟବହାର ଓ ବିକ୍ରୟ ଉପରେ ରୋକ ଲଗାଇବା ସହ ପରିବେଶ ସୁରକ୍ଷା ଦିଗରେ ଆଜି ଖରିଆର ରୋଡ୍‌ଠାରେ ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ କରାଯାଇଥିଲା। ନୂଆପଡ଼ା ଉପଜିଲ୍ଲାପାଳ ସୁର୍ମୀ ସୋରେନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଅଭିଯାନରେ ମୋଟ ୧୦୬ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ୍‌ ଜବତ କରାଯାଇଥିବାବେଳେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୩୪,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହି ଅଭିଯାନ ସମୟରେ ସହରର ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇ ନିଷିଦ୍ଧ ପ୍ଲାଷ୍ଟିକ୍‌ର ବ୍ୟବହାର ଓ ବିକ୍ରୟ ସମ୍ପର୍କରେ ତଦାରଖ କରାଯାଇଥିଲା। ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଜରିମାନା ଆଦାୟ ସହ ନିଷିଦ୍ଧ ପ୍ଲାଷ୍ଟିକ୍‌ ଜବତ କରାଯାଇଥିଲା। ପ୍ଲାଷ୍ଟିକ୍‌ ପ୍ରଦୂଷଣ ମାଟି, ଜଳସମ୍ପଦ ଓ ପରିବେଶ ଉପରେ ଗୁରୁତର ପ୍ରଭାବ ପକାଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ ନିୟମର କଡ଼ାକଡ଼ି ଅନୁପାଳନ ଆବଶ୍ୟକ। ନିଷିଦ୍ଧ ପ୍ଲାଷ୍ଟିକ୍‌ର ବ୍ୟବହାର ଓ ବିକ୍ରୟରୁ ନିବୃତ୍ତ ରହିବା ସହ ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାର କରିବାକୁ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ଆହ୍ୱାନ କରାଯାଇଛି। ସ୍ୱଚ୍ଛ, ସୁସ୍ଥ ଓ ପ୍ଲାଷ୍ଟିକ୍‌ମୁକ୍ତ ପରିବେଶ ଗଠନ ଦିଗରେ ଏଭଳି ପ୍ରବର୍ତ୍ତନମୂଳକ ଅଭିଯାନ ଜାରି ରହିବ। ଏହି ଉଦ୍ୟମକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ