ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ
ନୂଆପଡ଼ା: ଭାଲୁ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି- କୋମନା ସୁନାବେଡ଼ା ଅଭାୟରଣ୍ୟ ମଧ୍ୟରେ ଥିବା ଗଡ଼ଭଟା ଗ୍ରାମର ହରେନ୍ଦ୍ର ମାଝୀ ଏବଂ ନୂଆପଡ଼ା ବ୍ଲକ ର ତିଲେଇଝର ଗ୍ରାମର ରୁପସିଂ ରାଉତ ଆହତ ହୋଇଥିବା ବିଷୟରେ ଅବଗତ ହେବା ପରେ ପୀଡ଼ିତମାନେ ଯେପରି ଚିକିତ୍ସା ଓ ସରକାରୀ କ୍ଷତିପୂରଣ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା । ପ୍ରାଧିକରଣର ସଚିବ ନବନୀତା ଦାଶ ତୁରନ୍ତ ବିହିତ ପଦକ୍ଷେପ ନେଇ ନାଲସା ହିଂସ୍ରଜନ୍ତୁ-ମନୁଷ୍ୟ ସଂଘର୍ଷରେ ପୀଡ଼ିତଙ୍କୁ ଆଇନ ସହାୟତା ଯୋଜନା, ୨୦୨୫ ଅନୁଯାୟୀ ଅଧିକାର ମିତ୍ରଙ୍କୁ ପୀଡ଼ିତମାନଙ୍କୁ ତୁରନ୍ତ ନିଶୁଳ୍କ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ହସ୍ତକ୍ଷେପ ଓ ଆବଶ୍ୟକୀୟ ସହଯୋଗ ଫଳରେ ଉଭୟ ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ମିଳିବା ସହିତ ବନ ବିଭାଗ ପକ୍ଷରୁ ଉଭୟ ପୀଡ଼ିତଙ୍କୁ ୫,୦୦୦ ଟଙ୍କା ଲେଖାଏଁ ଅର୍ଥାତ୍ ମୋଟ ୧୦,୦୦୦ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ପ୍ରାଧିକରଣର ସଚିବ ନବନୀତା ଦାଶ ଗତ 23 ସେପ୍ଟେମ୍ବର 2026 ବିଳମ୍ବିତ ରାତିରେ ପୀଡ଼ିତ ରୁପସିଂ ରାଉତଙ୍କୁ ଉପଯୁକ୍ତ ମାଗଣା ଚିକିତ୍ସା ପାଇଁ ଅଧିକାର ମିତ୍ର ସନ୍ତୋଷ ରାଉତଙ୍କୁ ପଠାଇଥିଲେ ଓ ତା' ପର ଦିନ ସେ ଜିଲ୍ଲାପାଳଙ୍କୁ ରୁପସିଂ ରାଉତଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିବାରୁ ତତ୍କାଳୀନ ଜିଲ୍ଲାପାଳ ମଧୁସୂଦନ ଦାଶ ସେହିଦିନ ତୁରନ୍ତ ପୀଡ଼ିତଙ୍କ ପୁଅଙ୍କୁ ୧୦ ହଜାର ଟଙ୍କା ରେଡ୍ କ୍ରସ ପାଣ୍ଠିରୁ ପ୍ରଦାନ କରିଥିଲେ । ଏହି ଅର୍ଥରାଶି ଦ୍ଵାରା ପୀଡ଼ିତଙ୍କୁ ସଙ୍ଗେସଙ୍ଗେ ରାୟପୁର ର ଏକ ଚିକିତ୍ସାଳୟକୁ ତାଙ୍କ ପୁଅ ଆମ୍ବୁଲାନ୍ସ ଦ୍ଵାରା ନେଇକି ଯାଇଥିଲେ । ଚିକିତ୍ସିତ ହୋଇ ଫେରିବା ପରେ ସଚିବ ଅଧିକାର ମିତ୍ର ବସୁମତୀ ସୁନାନୀଙ୍କୁ ପଠାଇ ଡାକ୍ତରଙ୍କ ପାଖରୁ ଉପଯୁକ୍ତ କାଗଜପତ୍ର ଆଣି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ରେ ପୈଠ କରିଥିଲେ ଓ ଏହା ପରେ ବନ ବିଭାଗ ତରଫରୁ ତାଙ୍କୁ ଅନୁକମ୍ପା ଯୋଜନା ଅନୁଯାୟୀ 5,000 ଟଙ୍କା କ୍ଷତିପୂରଣ ମିଳିଥିଲା। ସେହିପରି ଗତ 31 ଅଗଷ୍ଟ 2026 ରେ ଗଡଭଟା ଗ୍ରାମର ହରେନ୍ଦ୍ର ମାଝୀ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ବୋଲି ପ୍ରକାଶିତ ଖବର ମାଧ୍ୟମ ରୁ ଜାଣି ସଚିବ ତୁରନ୍ତ ଅଧିକାର ମିତ୍ର ସୁବଳ ରଣା ଓ ଅନ୍ୟ ମାନଙ୍କୁ ଆହତ ଉପଯୁକ୍ତ ଚିକିତ୍ସା ପାଇବେ ବୋଲି ସାହାଯ୍ୟ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ଓ ପରେ ନିଜେ ମଧ୍ୟ ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେ ଆରୋଗ୍ୟ ହେଲାପରେ ଅଧିକାର ମିତ୍ର ସୁବଳ ତାଙ୍କର ଡାକ୍ତରୀ କାଗଜପତ୍ର ସଂଗ୍ରହ ରେ ସାହାଯ୍ୟ କରି ବନ ବିଭାଗ ଆବେଦନ କରିବା ରେ ମଧ୍ୟ ସହଯୋଗ କରିଥିଲେ ଓ ଶେଷରେ ସେ ମଧ୍ୟ ବନ ବିଭାଗରୁ ଯୋଜନାରେ 5,000 ଟଙ୍କା ପାଇଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0