ସଫେଇ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇଲେ ଇମାନୁଏଲ୍ କାଲାସି ସଂଘ ସଭାପତି, ବଣ୍ଟନ କଲେ ଶୀତବସ୍ତ୍ର ଓ ଆର୍ଥିକ ସହାୟତା

Nov 24, 2026 - 20:44
 0  64
ସଫେଇ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇଲେ ଇମାନୁଏଲ୍ କାଲାସି ସଂଘ ସଭାପତି, ବଣ୍ଟନ କଲେ ଶୀତବସ୍ତ୍ର ଓ ଆର୍ଥିକ ସହାୟତା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବସ୍‌ଷ୍ଟାଣ୍ଡଠାରେ ଇମାନୁଏଲ୍ କାଲାସି ସଂଘର ନେତୃତ୍ୱରେ ଏକ ମହତ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସଂଘର ସଭାପତିଙ୍କ ଉପସ୍ଥିତିରେ ସୁନାବେଡ଼ା ପୌରପାଳିକାର ସଫେଇ କର୍ମଚାରୀ ମା' ଓ ଭାଇମାନଙ୍କୁ ଶୀତବସ୍ତ୍ର ସହ କିଛି ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ସମାଜରେ ଦିନରାତି ପରିଶ୍ରମ କରି ସହରକୁ ସଫାସୁତୁରା ରଖୁଥିବା ସଫେଇ କର୍ମଚାରୀଙ୍କ ପ୍ରତି ଏଭଳି ମାନବିକତା ଓ ସହଯୋଗ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଭରିଦେଇଛି। ଜଣେ ସାଧାରଣ ଖଟିଖିଆ ମଣିଷଙ୍କ ଦୁଃଖ ଓ ଆବଶ୍ୟକତାକୁ ବୁଝି ତାଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବ ସେବା ବୋଲି ଏହି କାର୍ଯ୍ୟକ୍ରମରୁ ବାର୍ତ୍ତା ମିଳିଛି।

କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ