ଦୁଇଟି ମଟରସାଇକେଲ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରତର ଆହତ ଡାକ୍ତରଖାନାରେ ଚିକିତ୍ସାଧିନ

Nov 19, 2026 - 11:38
 0  11
ଦୁଇଟି ମଟରସାଇକେଲ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରତର ଆହତ ଡାକ୍ତରଖାନାରେ ଚିକିତ୍ସାଧିନ

ଥୁଆମୂଳ ରାମପୁର:୧୮/୧୧ - କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଥୁଆମୂଳ ରାମପୁର - ମହୁଲପାଟଣା ମୁଖ୍ୟ ରାସ୍ତା କୋଷାବରା ଗ୍ରାମ ନିକଟସ୍ଥ ମଶାଣି ବୁଲାଣିଆ ପାଖରେ ଅପରାହ୍ନ ସମୟରେ ଦୁଇଟି ମଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଜଣାପଡିଛି। ଏଥିରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି, ମୃତକ ଜଣକ ହେଲେ ବାଗଡିଆଣି ଗ୍ରାମର ଯୁବ ଆଇନଯିବି ତୁଳସୀ ରାମ ମାଝୀ (୨୪) ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା ସରୋଜନୀ ମାଝୀ ଏବଂ ବିଶିଷ୍ଟ ଆଦିବାସୀ ନେତା ମହେନ୍ଦ୍ର ମାଝୀ ଙ୍କ ସାନ ପୁଅ ସେ ଜଣେ ଉଚ୍ଚ ଶିକ୍ଷିତ କାର୍ଯ୍ୟରତ ଆଇନଜୀବୀ ସମଗ୍ର ଅଞ୍ଚଳକୁ ଭ୍ରମଣ କରି ବ୍ଲଗୋର କରି ଅଞ୍ଚଳର ସଂସ୍କୃତି ଓ ପରମ୍ପରା ଏବଂ ବିଭିନ୍ନ ଜଳ ପ୍ରପାତ ବୁଲି ଲୋକଲୋଚନ କୁ ଆଣିବାରେ ସକ୍ଷମ ଥିବା ମେଳାପୀ ଯୁବକଙ୍କୁ ଥୁଆମୂଳ ରାମପୁର ଅଞ୍ଚଳ ମାଟି ହେରେଇଛି। ମୃତକ ମାଝୀ ଗତକାଲି ସିଜିମାଳୀ ଅଞ୍ଚଳରେ ରାତ୍ରିଯାପନ କରି ଥୁଆମୂଳ ରାମପୁର ଠାରୁ ନିଜ ଗ୍ରାମ ବାଗ ଡିଆଣି ଅଭିମୁଖେ ଫେରୁଥିଲେ, ସେହିପରି ବିରିକୋଟ ଗ୍ରାମର ବାଲେଶ୍ୱର ନାଏକ ଥୁଆମୂଳ ରାମପୁର ଯାଉଥିଲେ ଠିକ ଏହି ସମୟରେ କୋଷାବରା ମଶାଣି ବୁଲାଣି ପାଖରେ ଦୁଇଟି ମଟରସାଇକେଲ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ପଠାଗଲା। ଚିକିତ୍ସାଧିନ ଅବସ୍ଥାରେ ଯୁବ ଆଇନଜୀବୀ ତୁଳସୀ ରାମ ମାଝୀ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅତି ଗୁରୁତର ଥିବା ହେତୁ ବାଲେଶ୍ୱର ନାଏକ ଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି, ଏ ନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବା ଘଟଣା ଉପରେ ସୂଚନା ଦେଇଛନ୍ତି ଆଇଆଇସି ପ୍ରଶାନ୍ତ କୋଳାହରଷ।

ଥୁଆମୂଳ ରାମପୁର ରୁ ଅତିରିକ୍ତ ଜିଲ୍ଲା ପ୍ରତିନିଧି ମିଥୁଲା ନାଏକ ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ