ଥୁଆମୂଳ ରାମପୁର ରେ ଜାତୀୟ ସାମ୍ବାଦିକ ଦିବସ ପାଳିତ
ଥୁଆମୂଳ ରାମପୁର, ୧୬ ନଭେମ୍ବର ୨୦୨୬ (ସୁବାସ କୁମାର ନାଏକ): କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତରେ ଜାତୀୟ ସାମ୍ବାଦିକ ଦିବସ ଉପଲକ୍ଷେ ଏକ ସଭା ଆୟୋଜିତ ହୋଇଯାଇଛି। ସାମ୍ବାଦିକ ସଂଗଠନର ସଭାପତି ଶ୍ରୀଯୁକ୍ତ ମକୁନ୍ଦ ନାଏକ ଓ ସମ୍ପାଦକ ଶ୍ରୀଯୁକ୍ତ ହିତେଶ ନାଏକଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସୁସଂଗଠିତ ଭାବେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତରତ୍ନ ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଉପସ୍ଥିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫୁଲମାଳ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ପବିତ୍ର ନାଏକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ମାଣିକ୍ୟ ଚନ୍ଦ୍ର ନାଏକ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ କୁନା ପାତ୍ର, ଥୁଆମୂଳ ରାମପୁର ଥାନାର ଏସ୍ଆଇ ଶ୍ରୀଯୁକ୍ତ ସନ୍ତୋଷ ସେଠୀ, ସମାଜସେବୀ ଶ୍ରୀଯୁକ୍ତ ଜୟ ନାଏକ ଏବଂ ଥୁଆମୂଳ ରାମପୁର ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପରମେଶ୍ୱର ସାମଲ ଯୋଗଦେଇଥିଲେ। ସଭାରେ ବକ୍ତାମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାର ଗୁରୁତ୍ୱ ଉପରେ ନିଜ ନିଜର ମତ ରଖିଥିଲେ। ବିଶେଷକରି ଗରିବ, ଅସହାୟ ଓ ଅବହେଳିତ ଲୋକଙ୍କ ସମସ୍ୟା, ସୁଖଦୁଃଖ ଏବଂ ଅଞ୍ଚଳର ବିଭିନ୍ନ ଘଟଣାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। ସମ୍ବାଦପତ୍ର, ଟେଲିଭିଜନ ଓ ଡିଜିଟାଲ ମାଧ୍ୟମ ଜରିଆରେ ସତ୍ୟ, ନିରପେକ୍ଷ ଓ ନିର୍ଭୀକ ଖବର ପରିବେଷଣ କରିବା ସହ ସାମ୍ବାଦିକମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ରଖିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ସଂଘର କମିଟି ସଦସ୍ୟ ଭାବେ ରମାକାନ୍ତ ନାଏକ, ମହେନ୍ଦ୍ର ନାଏକ, ସୁବାସ କୁମାର ନାଏକ, କୃଷ୍ଣଚନ୍ଦ୍ର ନାଏକ, ମିଥୁଳା ନାଏକ, ବାଲେଶ୍ୱର ନାଏକ, ପ୍ରଦୀପ ନାଏକ, ଯୋଗେଶ ବିହାରୀ ଏବଂ ଗୋମାୟ ରଞ୍ଜନ ନାଏକଙ୍କ ନାମ ଉଲ୍ଲେଖ କରାଯାଇଥିଲା। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଥୁଆମୂଳ ରାମପୁର ବ୍ଲକ ପ୍ରତିନିଧି ତଥା ଧରିତ୍ରୀ ଚ୍ୟାନେଲର ସାମ୍ବାଦିକ ଶ୍ରୀଯୁକ୍ତ ଦୁର୍ଗାକୀର୍ତ୍ତି ଏବଂ ଯୁବ ସାମ୍ବାଦିକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ହିତେଶ ନାଏକ ମିଳିତ ଭାବେ କରିଥିଲେ। ଶେଷରେ ସମସ୍ତ ସାମ୍ବାଦିକ ଭାଇମାନେ ଏକତା, ସୌହାର୍ଦ୍ଦ୍ୟ ଓ ଭାଇଚାରାର ଭାବନାକୁ ଅକ୍ଷୁଣ୍ଣ ରଖି ଏକାଠି ହୋଇ ସାମ୍ବାଦିକଙ୍କ ଏକତା ଓ ସମ୍ମାନର ପ୍ରତୀକ ଭାବେ “ସାମ୍ବାଦିକ ଜିନ୍ଦାବାଦ, ସାମ୍ବାଦିକ ଜିନ୍ଦାବାଦ” ନାରା ଦେଇଥିଲେ। ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ସହ କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା। ଥୁଆମୂଳ ରାମପୁର ରୁ ଅତିରିକ୍ତ ଜିଲ୍ଲା ପ୍ରତିନିଧି ମିଥୁଲା ନାଏକ ଙ୍କ ସହ ବ୍ଲକ ପ୍ରତିନିଧି ବାଲେଶ୍ୱର ନାଏକ ଙ୍କ ରିପୋର୍ଟ First news odisha
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0