ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ୮୦ ଅଭିଯୋଗର ଶୁଣାଣି; ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପ୍ରଦାନ

Aug 10, 2026 - 21:11
 0  4
ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ୮୦ ଅଭିଯୋଗର ଶୁଣାଣି; ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପ୍ରଦାନ

ନୂଆପଡ଼ା/୧୦/୮: ସିନାପାଲି ବ୍ଲକ ସଭାଗୃହରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆମ୍ରିତପାଳ ସିଂ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିବା ସହ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଶିବିରରେ ମୋଟ ୮୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୬୭ଟି ବ୍ୟକ୍ତିଗତ ଓ ୧୩ଟି ସାମୂହିକ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକର ତ୍ୱରିତ ନିଷ୍ପତ୍ତି ଓ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ରେଡକ୍ରସ୍‌ ପାଣ୍ଠିରୁ ଧଜା ରାମ ନିଆଲ, ନରୋତ୍ତମ ମେହେର ଓ ବିଜୟ ଦଳପତିଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ସସ୍ମିତା ରାଉତଙ୍କୁ ୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଏହିପରି ମୋଟ ୩୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଦ୍ୱାରିକାନାଥ ଶତପଥି, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀଙ୍କ ସମେତ ବିଭିନ୍ନ ଲାଇନ୍‌ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସୀମ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅଭିଯୋଗ ଶୁଣାଣି ଶିବିର ଅବସରରେ ଘାଟମାଲ ଗ୍ରାମ ପଞ୍ଚାୟତର ତାଲାକୋଟ ଗ୍ରାମରେ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏଥିରେ ପ୍ରବାସ ସମୟରେ ସୁରକ୍ଷା, ପଞ୍ଜୀକରଣ ଓ ସରକାରୀ ସହାୟତା ସମ୍ପର୍କରେ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା। ସେହିପରି, ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତାଲାକୋଟରେ ସ୍ୱତନ୍ତ୍ର ପଶୁଚିକିତ୍ସା ଶିବିର ଆୟୋଜନ କରାଯାଇ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ଓ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବହୁ ସଂଖ୍ୟକ ଜନସାଧାରଣଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ