ସାମ୍ବାଦିକଙ୍କ ପିତୃ ବିୟୋଗ

May 31, 2026 - 12:31
 0  59
ସାମ୍ବାଦିକଙ୍କ ପିତୃ ବିୟୋଗ

ଝାରସୁଗୁଡ଼ା,୩୦/୦୫(ଫାଷ୍ଟ ନ୍ୟୁଜ ଓଡିଶା )- ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନସ କୁମାର ମିଶ୍ର ଙ୍କ ପିତା ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ କୃଷ୍ଣ ପ୍ରସାଦ ମିଶ୍ର(୮୦) ଙ୍କ ଶନିବାର ସକାଳୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସେ କୌଣସି ଏକ ଜଟିଳ ରୋଗରେ ପୀଡ଼ିତ ଥାଇ ବୁର୍ଲା ବଡ଼ ମେଡିକାଲରୁ ଚିକିତ୍ସା ସାରି ଘରକୁ ଫେରିଥିଲେ l ତେବେ ଶୁକ୍ରବାର ପୂର୍ବାହ୍ନ ରେ ପୁଣି ଅସୁସ୍ଥ ହେବାରୁ ଝାରସୁଗୁଡ଼ା ଡାକ୍ତରଖାନାରେ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଥିଲା l ତାଙ୍କ ମରଶରୀର କୁ ପ୍ରଥମେ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଅଣାଯାଇଥିଲା l ପରେ ନିଜ ପୈତୃକ ଗ୍ରାମ କୋଲାବିରା କୁ ମରଶରୀର ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ଶେଷଦର୍ଶନ କରିଥିଲେ l ତେଲେନ ନଦୀ କୂଳ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଏକମାତ୍ର ପୁଅ ସାମ୍ୱାଦିକ ମାନସ ମୂଖାଗ୍ନି ଦେଇଥିଲେ l ଏଠାରେ ସୂଚନା ଥାଉକି ସ୍ବର୍ଗତ କୃଷ୍ଣ ପ୍ରସାଦ କୋଲାବିରା ପଞ୍ଚାୟତ ରୁ ସମ୍ପାଦକ ପଦବୀରୁ ଅବସର ନେଇଥିଲେ l ଜଣେ ପୂଜକ ଓ ପଣ୍ଡିତ ଭାବରେ ତାଙ୍କର କୋଲାବିରା ତଥା ଝାରସୁଗୁଡ଼ା ଅଞ୍ଚଳରେ ସୁନାମ ରହିଥିଲା l ପୂର୍ବରୁ ତାଙ୍କର ସ୍ତ୍ରୀ ଙ୍କ ଦେହାନ୍ତ ହୋଇସାରିଛି l ଘରେ ତାଙ୍କର ଏକମାତ୍ର ପୁଅ ମାନସ, ବୋହୂ ମାନି, ବଡ଼ଝିଅ ସୁନୀତା, ସାନଝିଅ ଚୁମକି, ଜ୍ବାଇଁ ସତୀଶ ଙ୍କ ସହ ନାତି ନାତୁଣୀ ଓ ବନ୍ଧୁ ଜନ ଅଛନ୍ତି l କୃଷ୍ଣ ପ୍ରସାଦ ଙ୍କ ବିୟୋଗରେ ବିଧାୟକ ଟଙ୍କଧର ତ୍ରିପାଠୀ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଏହାସହ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ। ରାଏ, ସାମ୍ବାଦିକ ଆଶିଷ ଦାଶ, ସଞ୍ଜୟ ପାଣିଗ୍ରାହୀ, ରିତେଶ ଶର୍ମା,ପ୍ରଶାନ୍ତ ମହାନ୍ତି, ମେହେବୁବ ମହତାବ, ରାଜକୁମାର ମିଶ୍ର, ସନ୍ତୋଷ ମିଶ୍ର, ଭୁବନ କିଶୋର ତିୱାରୀ, ପ୍ୟାରେଲାଲ ଶ୍ରୀବାସ୍ତବ, ସଞ୍ଜୟ ଲୋଧା, ରତ୍ନାକର ବେହେରା, ବସନ୍ତ ଜେନା, ସୁମନ୍ତ ଶେଖର ବହିଦାର, ସୁକାନ୍ତ ସାହୁ, କୀର୍ତ୍ତି ଚନ୍ଦ୍ର ବହିଦାର ଆର୍ତ୍ତତ୍ରାଣ ସାହୁ, ତ୍ରିଲୋଚନ ଦାଶ, ସେୱା ର ସମ୍ପାଦକ ସୁଶିଲ କୁମାର ଦାଶ, ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ, ସମାଜସେବୀ ବୀରେନ୍ଦ୍ର ମହାପାତ୍ର, ଭିଷ୍ମଦେବ ହୋତା, ଆନନ୍ଦ ମିଶ୍ର, ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ଉପସଭାପତି ସଞ୍ଜୟ ପୂଜାରୀ, ମନୁଆ ପୁରୋହିତ, ଅସିତ ବହିଦାର, ଆଇନଜୀବୀ ପ୍ରଶାନ୍ତ ଦାଶ, ବିଜେଡି ବ୍ଲକ ସଭାପତି ପୁରୁଷୋତ୍ତମ ନାଏକ ପ୍ରମୁଖ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ