।। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ।।

Jun 7, 2023 - 00:20
 0  7
।। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ସୋମବାର ରାତିରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରିବାର ଓ ସାହି ପଡିଶା ଲୋକେ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ। ଏହାପରେ ନରେନ୍ଦ୍ର ଖାଇପିଇ ନିଜ ଖଟିଆ ପକାଇ ଶୋଇଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ପାଟି କରି ଅନ୍ୟ ମାନଙ୍କୁ ଡାକିଥିଲେ। ଘରଲୋକେ ଆସି ଦେଖିବା ବେଳକୁ ନରେନ୍ଦ୍ର ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ପାଖରେ ଏକ ଟାଙ୍ଗିଆ ପଡିଥିଲା ଏବଂ କର୍ଣ୍ଣ ଘଟଣା ସ୍ଥଳରୁ ଧାଇଁ ପଳାଉଥ‌ିବା ଦେଖିବାକୁ ମିଳିଥିଲା। ତୁରନ୍ତ ନରେନ୍ଦ୍ରଙ୍କୁ ଫିରିଙ୍ଗିଆ ଡାକ୍ତରଖାନାକୁ ନିଆ ଯାଇଥିଲା। ତେବେ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ପୁଅ ଅକ୍ଷୟ ଏ ନେଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି। କକା କଣ୍ଠ ବିନ୍ଧାଣୀ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅକ୍ଷୟ l ଏ ନେଇ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ