ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡହାତନାବେଡାରେ ପୋଷାକ ବିତରଣ

Apr 26, 2026 - 21:16
 0  3
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡହାତନାବେଡାରେ ପୋଷାକ ବିତରଣ

ରାଇରଙ୍ଗପୁର:-୨୫/୦୪/୨୬ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡହାତନାବେଡାର ୨୦୨୬-୨୭ ଶିକ୍ଷାବର୍ଷର ଶିଶୁ ବାଟିକା ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଅନ୍ତର୍ଗତ ଓସେପା ଚିଠି ସଂଖ୍ୟା ୪୩୬୦,ତା ୦୮.୦୪.୨୦୨୬ରିଖ ଅନ୍ତର୍ଗତ ସମସ୍ତ ଗାଇଡ ଲାଇନ ତଥା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସୂଚନା ଅନୁଯାୟୀ ୨୭ ଏପ୍ରିଲ ୨୦୨୬ ପୂର୍ବରୁ ଉକ୍ତ କାର୍ଯ୍ୟ ତା ୨୫/୦୪/୨୦୨୬ରିଖ ଶନିବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ପରିଚାଳନା କମିଟିର ସଭାପତି ଓ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଛି। ଏଣୁ ସମସ୍ତ ଛାତ୍ରଛାତ୍ରୀ ତଥା ପରିଚାଳନା କମିଟୀ , ଅଭିଭାବକ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଯଶୀପୁର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ତଥା ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ