ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟରେ ବିଜ୍ଞାନ ପ୍ରଦର୍ଶନୀ
ନୂଆପଡା : ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟରେ ବିଜ୍ଞାନ , ଗଣିତ ଓ ପରିବେଶ ମେଳା ବିଶିଷ୍ଟ ଅତିଥି ମାନଙ୍କ ଗହଣରେ ପ୍ରଧାନ ଶିକ୍ଷୟତ୍ରୀ ମୋହିନୀ ସୁନାଙ୍କ ତତ୍ତ୍ଵାବଧାନରେ ବ୍ୟାପକ ଉତ୍ସାହର ସହ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ୩୦ଟି ଗବେଷଣା ପ୍ରକଳ୍ପକୁ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାରାଣୀ ଯୋଶୀ , ମୁଖ୍ୟ ବକ୍ତା ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୋଧ କୁମାର ହୋତା, ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଚୁଲାଭାଟ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚମ୍ପାବାଇ ଠାକୁର ଓ ସମିତିର ସଦସ୍ୟ ଉର୍ବଶୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାରାଣୀ ଯୋଶୀଙ୍କ କରକମଳରେ ଉଦ୍ଘାଟନ ହୋଇଥିଲା । ଏହି ପ୍ରଦର୍ଶନୀରେ ବିଚାରକ ଭାବରେ ଭରୁଆଁମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ନାୟକ ଓ ଆମାନାରା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ପ୍ରମିଳା ଶବର ଉପସ୍ଥିତ ରହି କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ପ୍ରକଳ୍ପକୁ ନିରୀକ୍ଷଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ପ୍ରକଳ୍ପ କୁ ନିରୀକ୍ଷଣ କରି ବିଇଓ ମ୍ୟାଡମ୍, ଛାତ୍ରଛାତ୍ରୀ ତଥା ସମସ୍ତ ଶିକ୍ଷକଙ୍କୁ ଉତ୍ସାହିତ କରିବା ସହ ଉପାନ୍ତ ଅଞ୍ଚଳରେ ଥିବା ଚୁଲାଭାଟ ପରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବୈଜ୍ଞାନିକ ଆଗ୍ରହ ଦେଖି ପ୍ରଶଂସା ଓ ଉତ୍ସାହିତ କରିଥିଲେ। ଶ୍ରୀ ପ୍ରବୋଧ କୁମାର ହୋତା ମଧ୍ୟ ବିଜ୍ଞାନର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ।ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢାଇବାରେ ଏବଂ ସୃଜନାତ୍ମକ ଚିନ୍ତାଧାରାକୁ ଉତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମତ ରଖିଥିଲେ। ସରପଞ୍ଚ ଓ ସମିତି ମଧ୍ୟ ବାଳ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ତ୍ରିଲୋଚନ ମାଝୀ ପରିଚାଳନା କରିଥିବା ବେଳେ ସଚିନ ଭୂସାଗାର, ହୃଷିକେଶ ଜଗତ, ଟିକେଲାଲ ମାଝି, ସୁନିତା ସାହୁ, ଘନଶ୍ୟାମ ଜାଲ, ଲୋଚନ କୁମାର କେଉଁଟ, ଦେଖରାମ୍ ଶବର , ମେଘନାଥ ଦଣ୍ଡସେନା ,ଭୁବନ ଲାଲ କଣ୍ଡରା, ଜ୍ୟୋସ୍ନାମୟୀ ବିଶି, ଜୟଦ୍ରଥ ରାଉତ ପ୍ରମୁଖ ସହଯୋଗ କରିଥିଲେ।
ନୂଆପଡ଼ାରୁ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0