।। ସରକାରୀ ଆଶ୍ରମର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡ଼ିଆ ଭିତ୍ତିପ୍ରସ୍ତର ସ୍ଥାପନ ।।

Jan 9, 2024 - 18:06
 0  10
।। ସରକାରୀ ଆଶ୍ରମର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡ଼ିଆ ଭିତ୍ତିପ୍ରସ୍ତର ସ୍ଥାପନ ।।

ଆଜି ବଲାଙ୍ଗୀର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବିଡ଼ିଘାଟ ପଞ୍ଚାୟତର ସରକାରୀ ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନୀୟ ଜନହିତକାରୀ ସରପଞ୍ଚ ନନ୍ଦିତା କଲେତଙ୍କ ନିବେଦନ କ୍ରମେ 2 ଏକର ସରକାରୀ ଜମିରେ ଏକ ଖେଳ ପଡ଼ିଆ କରାଯିବା ପାଇଁ ଆଜି ଏକ ଭିତ୍ତି ପସ୍ତର ସ୍ଥାପନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଗଇଁତିଆ ଓ ଅନେକ ଭଦ୍ର ବ୍ୟକ୍ତି, ସ୍କୁଲ ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଶୁଭ କାମକୁ ନଡ଼ିଆ, ଧୂପ ଦୀପ, ସିନ୍ଦୁର ଦେଇ ପୂଜା ଅର୍ଚନା କରିଥିଲେ l ଉକ୍ତ କାର୍ଯ୍ୟକୁ ଦେଖି ସମସ୍ତ ଗ୍ରାମବାସୀ ଜନହିତକାରୀ ସରପଞ୍ଚଙ୍କୁ ପ୍ରଶଂସା କରୁଥିବାର ଦେଖା ଯାଇଥିଲା l

ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ