।। ସମସ୍ତ କୄଷି ଅଧିକାରୀ ୩୧ରୁ ସାମୂହିକ ଛୁଟିରେ ଯିବେ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।।

Aug 21, 2023 - 19:11
 0  17
।। ସମସ୍ତ କୄଷି ଅଧିକାରୀ ୩୧ରୁ ସାମୂହିକ ଛୁଟିରେ ଯିବେ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।।

କନ୍ଧମାଳ :(କୋରାପୁଟ ପ୍ରଥମ ଖବର): ଦୀର୍ଘ ଦୁଇ ବର୍ଷର ସଂଘର୍ଷ ଓ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ଓଡ଼ିଶା କୄଷି ସେବା କ୍ୟାଡର ପୁନର୍ବିନ୍ୟାସକୁ ନେଇ ସରକାରଙ୍କ ଉଦାସୀନତା ଯୋଗୁଁ କୄଷି ଅଧିକାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏ ସଂକ୍ରାନ୍ତରେ କନ୍ଧମାଳ କୄଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଧମାଳ ଜିଲାପାଳ ଆଶିଷ୍ ଇଶ୍ବର ପାଟିଲଙ୍କୁ ପ୍ରଦାନ କରାଯାଇଛି। ସଂଘର ସାଧାରଣ ସଂପାଦକ ରାମପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ସୁନୀତା ମିଶ୍ର, ସଦସ୍ୟ ସୌମ୍ୟାନ୍ଦ୍ର ବେହେରା, ହେମନ୍ତ କୁମାର ଦାସ, ଜଗନ୍ନାଥ ସେନାପତି, ନୟନଦୀପ୍ତତ ସ୍ବାଇଁ, ଶିବାନୀ ପ୍ରଧାନ ତଥା ଜିଲାର ଅନ୍ୟ ସମସ୍ତ ଅଧିକାରୀ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଥିଲେ। ଏଥିରେ ଦର୍ଶାଯାଇଛି ଯେ, କୄଷି ବିଭାଗ ରାଜ୍ୟର ୭୭ଲକ୍ଷ ୫୪ ହଜାର କୄଷି ଜୀବୀଙ୍କ ପାଇଁ କାଳିଆ, ବଳରାମ, ଫସଲବୀମା, ରୋଗ ପୋକ ଦାଉରୁ ଫସଲ ରକ୍ଷା, ଯାନ୍ତ୍ରିକ କୄଷି, ସମନ୍ବିତ କୄଷି, କ୍ଷୁଦ୍ରଶସ୍ୟ ମିଶନ୍, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପ୍ରକ୍ରିୟା ଇତ୍ୟାଦି ଅନେକ ଯୋଜନା କାର୍ଯ୍ୟକାରୀ କରୁଛି କିନ୍ତୁ ଏହି ଯୋଜନାଗୁଡିକୁ ଚାଷୀଙ୍କ ପାଖରେ ପହଞ୍ଚାଉଥିବା କୄଷି କର୍ମଚାରୀଙ୍କୁ ଅଣଦେଖା କରାଯାଉଛି। ସମୟାନୁସାରେ ପଦୋନ୍ନତି ଦିଆନଯିବା ତଥା ଦୀର୍ଘ ଦିନଧରି ପଦବୀଗୁଡିକ ଖାଲିରହିବା ମାନସିକ ଦୁଶ୍ଚିନ୍ତାର କାରଣ ହୋଇଛି। ୨୦-୨୫ ବର୍ଷ ଧରି ଗୋଟିଏ ପଦବୀରେ ରହି ଅଧିକାରୀମାନେ ଅବସର ନେଉଛନ୍ତି କିମ୍ବା ଅବସର ନେବାର କିଛି ଦିନ ପୂର୍ବରୁ ପଦୋନ୍ନତି ମିଳୁଛି। ଭାରତୀୟ କୄଷି ଅନୁସନ୍ଧାନ ସଂସ୍ଥାନର ୨୦୧୬ ବିଜ୍ଞପ୍ତି ଅନୁସାରେ ବୄତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡରଙ୍କ ଭଳି ଗ୍ରୁପ୍ ‘ଏ’ରେ ନିଯୁକ୍ତି ଦିଆଯିବା ଦାବିକୁ ମଧ୍ୟ ଅଣଦେଖା କରାଯାଇଛି। ଓଡ଼ିଶା କ୍ରମାଗତ ୫ ଥର ପାଇଁ କୄଷି କର୍ମଣ ପୁରସ୍କାର, ସର୍ବୋତ୍କୃଷ୍ଟ ମିଲେଟ୍ ପ୍ରମୋସନ ଷ୍ଟେଟ୍ ଆଓ୍ବାର୍ଡ, ସ୍କୋଚ୍ ଆଓ୍ବାର୍ଡ, ଏଗ୍ରିକଲଚର ଲିଡରସିପ୍ ଆଓ୍ବାର୍ଡ ଭଳି ଅନେକ ପୁରସ୍କାର ଜାତୀୟସ୍ତରରେ ପାଇଥିବାବେଳେ ଗ୍ରାଉଣ୍ଡ ଲେଭଲରେ ଚାଷୀଙ୍କ ପାଇଁ କାମକରୁଥିବା କୄଷି ଅଧିକାରୀମାନଙ୍କ ଦାବୀ ସରକାରଙ୍କ ଦୄଷ୍ଟିଗୋଚର ନହେବା ଯୋଗୁଁ କୃଷି ସେବା ସଂଘର ସମସ୍ତ ସଦସ୍ୟ ଦୁଃଖିତ ତଥା ମର୍ମାହତ ହୋଇଛନ୍ତି ଏବଂ ରାଜ୍ୟର ୯୦୦ ଅଧିକାରୀ ନିଜର ଅଭିଯୋଗ ପତ୍ର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପ୍ରେରଣ କରିଛନ୍ତି। ସରକାରଙ୍କ ଅନୁମୋଦନକ୍ରମେ ଗଠିତ ଉଚ୍ଚସ୍ତରୀୟ କମିଟି ଦୁଇ ମାସ ପୂର୍ବରୁ କ୍ୟାଡର ପୁନର୍ବିନ୍ୟାସ ସମ୍ବନ୍ଧିତ ସୁପାରିଶ ପତ୍ର ପ୍ରଦାନ କରିବା ପରେ ମଧ୍ୟ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉନାହିଁ। ଯଥାଶୀଘ୍ର ନ୍ୟାୟୋଚିତ ପଦକ୍ଷେପ ନିଆନଗଲେ ଆଗାମୀ ଅଗଷ୍ଟ ୩୧ରୁ ରାଜ୍ୟର ସମସ୍ତ ଅଧିକାରୀ ସାମୂହିକ ଛୁଟିରେ ଯିବେ ବୋଲି ସଂଘ ଚେତାବନୀ ଦେଇଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ