।। ସଡ଼କ ଦୁର୍ଘଟଣା ରେ ଜଣେ ମୃତ ତିନି ଜଣ ମହିଳା ଶ୍ରମିକ ଆହତ ।।

Nov 1, 2023 - 18:43
 0  13
।। ସଡ଼କ ଦୁର୍ଘଟଣା ରେ ଜଣେ ମୃତ ତିନି ଜଣ ମହିଳା ଶ୍ରମିକ ଆହତ ।।

ମୁନିଗୁଡ଼ା ନ୍ୟିୟୁଜ୍ ରାୟଗଡା ଜିଲ୍ଲାର କୋଲନରା ବ୍ଲକର ଜାମୁନେଲିବାଡି ଛକରେ ଶ୍ରମିକ ମାନେ ରାତି କାମ ସାରି ଗୌଡ ନେଲିବାଡି ଗ୍ରାମକୁ ଯାଉଥିବାବେଳେ କାର ନମ୍ୱର ଓଡ଼ି 18 କେ 1631 କାର ପଛପଟରୁ ପିଟିଦେଲା ଘଟଣା ସ୍ଥଳରୁ କୋଲନରା ଅଗ୍ନିଶ୍ରମ ବାହିନୀର ବାହନ ରେ ଆହତ ଲୋକଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସାଧିକାରୀ ଜଣେ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ନାମ ଭାଗିରଥି କଣ୍ଟାବଂଶ ବୟସ ପ୍ରାୟ 45 ବର୍ଷ ଓ ଅନ୍ୟ ଜଣ ଭାଗିରଥି କଣ୍ଟାବଂଶଙ୍କ ଗୋଡ ଭାଙ୍ଗି ଯାଇଛି ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଥିଲା ଓ ଦୁଇ ଜଣ ମହିଳା ଶ୍ରମିକ ମାନେ ଗାୟତ୍ରୀ କଣ୍ଟାବଂଶ ଓ ଅଞ୍ଜନା ରାୟଗଡା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ଗତ କାଲି (୩୧/୧୦) ଶ୍ରମିକମାନେ ଇଟା ଭାଟି ରୁ କାମ ସାରି ଗୌଡ ନେଲିବାଡି ଗ୍ରାମକୁ ଯାଉଥିଲେ ହଠାତ ଆଦିତ୍ୟ ଔଷଧ ଦୋକାନୀ ରାୟଗଡାରୁ ନିଜସ୍ଵ ଘର ମୁକୁନ୍ଦପୁର ଗ୍ରାମକୁ ଯାଉଥିଲା ଜାମୁନେଲିବାଡି ଛକ ରେ ଶ୍ରମିକ ମାନଙ୍କୁ ଦୁର୍ଘଟଣା ଘଟାଇ କାର ଛାଡି ପଳାଇଲେ। ଆହତ ଓ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗ ଆଜି ଚାନ୍ଦୀଲି ଥାନାରେ ଅଭିଯୋଗ କରିଥିଲେ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ