।। ଲାଞ୍ଜିଗଡ ବ୍ଲକ ପରିସରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ।।

Feb 4, 2024 - 11:52
 0  26
।। ଲାଞ୍ଜିଗଡ ବ୍ଲକ ପରିସରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ।।

ଲାଞ୍ଜିଗଡ଼,(କୋରାପୁଟ ପ୍ରଥମ ଖବର ): ଆଜି ଓଡ଼ିଶାରେ ସମସ୍ତ ଅନୁଷ୍ଠାନ, ସଂଗଠନ,ସରକାରୀ କାର୍ଯ୍ୟାଳୟ ମାନଙ୍କରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ କାର୍ଯ୍ୟକ୍ରମ ପାଳନ ତା.୦୩ ରିଖ ଫେବୃଆରୀ ଠାରୁ ୦୫ ଫେବୃଆରୀ ଜନ ମୈଦାନ ଭୁବନେଶ୍ୱର ରେ ଅନୁଷ୍ଠିତ ହେଉଥିବାବେଲେ ଆଜି ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପରିସରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା କମଳା ପାତ୍ର ଯୋଗଦେଇଥିବାବେଳେ ଏଥିରେ ବିଡ଼ିଓ କିରଣ କୁମାର ମହାନ୍ତି, ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ ତଥା ଅନ୍ୟ ପଦାଧିକାରୀ ଓ କର୍ମଚାରୀ ମାନେ ଏହି ସାମୁହିକ ଗାନରେ ସାମିଲ ହୋଇଥିଲେ। ସମ୍ମିଳନୀ ପର୍ବରେ ରାଜ୍ୟ ସଂଗୀତ ଭାବେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଇଥିଲା। ଏଥିରେ ବ୍ଲକର ବିଖ୍ୟାତ ଅର୍ଜିତ ସାହିତ୍ୟିକ ଲେଖକ, ପ୍ରାବନ୍ଦିକ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଭର୍ଦ୍ଧିତ କରି ମାନପତ୍ର ପ୍ରଦାନ କରାଯାଇଥିଲା। ଏବଂ ବିଡ଼ିଓ ଶ୍ରୀ ମହାନ୍ତି ଓଡ଼ିଆ ଭାଷାର ଉପକାରିତା ଐତିହ ପରମ୍ପରା ବିଷୟରେ ପ୍ରାଞ୍ଜଳ ଭାବରେ ନିଜର ଅଭି ଭାଷଣ ରେ ଉଦଵଧନ ଦେଇଥିଲେ।

 ଲାଞ୍ଜିଗଡ଼ ରୁ ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ