ଲଇକେରା ମାଁ ସମଲେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ (କଳସ ଶୋଭାଯାତ୍ରା)
ଲଇକେରା୨୪।୩(*ଫାଷ୍ଟ ନିଉଜ ଓଡ଼ିଶା*)ଝାରସୁଗୁଡା ଜିଲା ଲଇକେରାଠାରେ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ମିଳିତ ସହଯୋଗରେ ମା ସମଲେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ମଙ୍ଗଳବାର କଳସ ଶୋଭାଯାତ୍ରା ଆରମ୍ଭ ହୋଆଯାଇଛି |କୀର୍ତ୍ତନ,ମହିଳା ଘଣ୍ଟବାଦ୍ୟ,ଦୁଲଦୁଲି ବାଜା,ଗୌଡବାଡି,ମଣ୍ତଳୀ ସହ କର୍ତ୍ତା ମାନେ,ମହିଳା,ଯୁବତୀ ସହ ଗ୍ରାମବାସୀ ନୂଆ କଟାରୁ ପୂଜାର୍ଚ୍ଚନା କରି କଳସରେ ଜଳ ଆଣି ପୂଜା ମଣ୍ତପରେ ସ୍ଥାପନ କରିଥିଲେ |୨୧ ଗୋଟି ହୋମ ଯଜ୍ଞରେ ମା ଙ୍କ ନୂତନ ବିଗ୍ରହ ସ୍ଥାପନକୁ ନେଇ ଲଇକେରା ଅଞ୍ଚଳରେ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି |ଚାରିଦିନଆ ପ୍ରତିଷ୍ଠା ଉତ୍ସବରେ ଆଜି ପୂଜା ଆରମ୍ଭ,ଗୋ ପୂଜା,ସୂର୍ଯ୍ୟ ପୂଜା,ମଣ୍ତପ ସଂସ୍କାର,ଧାନ୍ୟାଧିବାସ,ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟାରେ ଲୋକ ନୃତ୍ୟ,ଆର୍କେଷ୍ଟା,ଗୁରୁବାର ଦିନ ମହାସ୍ନାନ,ପ୍ରାଣ ପ୍ରତିଷ୍ଠା,ଉପଚାର ପୂଜା,ଚଣ୍ତି ହୋମ ଦିବା ୩ଟାରେ କୀର୍ତ୍ତନ ଧାରା,ସନ୍ଧ୍ୟାରେ ପାରାୟଣ ଓ ଶୁକ୍ରବାରଦିନ ଧ୍ବଜା ରୋହଣ,ବିଗ୍ରହ ପ୍ରବେଶ,ପୂର୍ଣ୍ଣାହୁତି,ପ୍ରସାଦ ସେବନ ଓ ସନ୍ଧ୍ୟାରେ ଭଜନ ସନ୍ଧ୍ୟା,ଆକେଷ୍ଟା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମନ୍ଦିର ପ୍ରତିଷ୍ଠା କମିଟୀ ସଭାପତି ଟଙ୍କଧର ନାଏକ,ଉପ‐ସଭାପତି ପଞ୍ଚାନନ ନାଏକ,ସମ୍ପାଦକ ମନୋଜ ବେହେରା,ସହ‐ସମ୍ପାଦକ ଭୂପାଳ ଚନ୍ଦ୍ର ବେହେରା,କୋଷାଧ୍ୟକ୍ଷ କାର୍ତ୍ତିକ ବେହେରା ସହ କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟୀ,ମହିଳା ସଭ୍ୟା ଓ ଗ୍ରାମବାସୀ ସକ୍ରିୟ ଭାବେ ସମସ୍ତେ ଦାୟିତ୍ବ ନିର୍ବାହ କରୁଛନ୍ତି |
ଲଇକେରା ରୁ ନିଶିତ କୁମାର ବହିଦାରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0