।। ରାୟଗଡ଼ା ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଜୟୀ ।।

Jun 5, 2024 - 12:05
 0  11
।। ରାୟଗଡ଼ା ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଜୟୀ ।।

ରାୟଗଡ଼ା ଜିଲ୍ଲା:ତା୪-୬ ଭୋଟ ଗଣିତି ପରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି।ବିଷମକଟକ ନିର୍ବାଚନ ମଣ୍ଡଳୀ ଦୀର୍ଘ ବର୍ଷ ବ୍ୟବଧାନରେ ପୁଣି କଂଗ୍ରେସ ହାତକୁ ଫେରିବା ସହ କର୍ମୀ ମାନଙ୍କ ମହଲରେ ଜାଗ୍ରଣ ଉଷ୍ମ ତା,ନୂତନ ଉତ୍ସାହ ଦେଖା ଦେଇଛି।ଆଜି ସମଗ୍ର ରାଜ୍ୟରେ ଭୋଟ ଗଣତିକୁ ନେଇ ବିଭିନ୍ନ ମହଲରେ ଉଷ୍ମତା ଦେଖିବାକୁ ମିଳିଥିଲା ବେଳେ ମୁନିଗୁଡ଼ା ବ୍ଲକରେ ବିଷମକଟକ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳ ମଧ୍ୟରେ ଉଷ୍ମତା ଦେଖା ଯାଉଥିଲା।ହେଲେ କଂଗ୍ରେସ ପାର୍ଥି ନୀଳମାଧବ ହିକାକା ସବୁ ରାଜନୀତି ଗଣିତକୁ ଭୁଲ ପ୍ରମାଣିତ କରି ଶେଷ ୪ଟି ରାଉଣ୍ଡରେ ବିଜେଡି ପାର୍ଥି ପୂର୍ବତନ ରାଜ୍ୟ ହେବିୱେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ୯୪୦୩ ଭୋଟ ବ୍ୟବଧାନରେ ହରାଇ ସଭିଙ୍କୁ ଚକିତ କରି ଦେଇଛନ୍ତି।ଶେଷ ପର୍ଯ୍ୟାୟ ସୁଦ୍ଧା ନୀଳମାଧବ ୬୮୪୪୬ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ୫୯୦୪୩ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହି ପରାଜୟ ବରଣ କରିଥିବା ଜଣାଯାଏ। ଆଜି ସୂର୍ଯ୍ୟଙ୍କ ଉଷ୍ମତାକୁ ଝିପିଝିପି ବର୍ଷା ଶିଥିଲତା ଆଣି ଦେଇଥିବା ବେଳେ କଂଗ୍ରେସ ଶିବିରରେ ରାଜନୈତିକ ଉଷ୍ମତା କିନ୍ତୁ ତିବ୍ରରୁପେ ପ୍ରକାଶ ପାଉଥିଲା। ଚଳିତ ନିର୍ବାଚନରେ ରାୟଗଡ଼ା ଜିଲ୍ଲାର ସମସ୍ତ ବିଧାନ ସଭା ସିଟ୍ ସହିତ କୋରାପୁଟ ସାଂସଦ ସିଟକୁ ମଧ୍ୟ କଂଗ୍ରେସ ହାତେଇ ନେଇ ରାୟଗଡାରେ ତାର ଦବଦବା ଜାହିର କରିଛି। ଗୁଣପୁର ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ, ୪୭୭୫୨ ଭୋଟ ପାଇଥିବା ବେଳେ କଂଗ୍ରେସର ବିଧାୟକ ସତ୍ୟଜିତ ଗମାଙ୍ଗ,୭୭୬୩୭ପାଇ (୨୯୮୮୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ଲାଭ କରିଛି। ରାୟଗଡ଼ା ଜିଲ୍ଲା ବିଜେଡ଼ି ବିଧାନସଭା ପ୍ରାର୍ଥୀ ଅନୁସାୟାମାଝୀ ୫୮୦୫୪ ଭୋଟ ପାଇଥିବା ବେଳେ କଂଗ୍ରେସର ବିଧାନ ସଭାପ୍ରାର୍ଥୀ ଆପଲ ସ୍ଵାମୀ କାର୍ଡ଼ାକା,୮୭୧୨୯ ପାଇ +(୨୯୦୮୫ ଅଧିକ ଭୋଟରେ ବିଜୟୀ ଲାଭ କରିଛି। ସେହିପରି କୋରାପୁଟ ଲୋକ ସଭା ସାଂସଦ ପାଇଁ ବିଜେଡି ପ୍ରାର୍ଥୀ କୈସଲ୍ୟା ହିକକା,୩୨୩୬୪୯ ଭୋଟ ପାଇଥିବା ବେଳେ କଂଗ୍ରେସର ଲୋକ ସଭା ସାଂସଦ ପ୍ରାର୍ଥୀ ଶପ୍ତଗିରୀ ଉଲ୍ଲାକା,୪୭୧୩୯୩ ଭୋଟ ପାଇ ୧୪୭୭୪୪ ଅଧିକ ବିପୁଳ ଭୋଟରେ ବିଜୟୀ ଲାଭ କରିଥିବା ବେଳେ ରାୟଗଡ଼ା ଜିଲ୍ଲା କୁ ଆହୁରି କଂଗ୍ରେସର ପୂର୍ବ ଭଳି ସ୍ଥିତିରେ ଗଢ଼ ଗଢ଼ି ଉଠିବା ସଭିଙ୍କ କଂଗ୍ରେସ ଦଳ ପ୍ରତି ଏହାଏକ ବାର୍ତ୍ତା ଦେଇଛି। ଏପଟେ ବିଜେଡି ଦୁର୍ଗ ବୋଲି ବିବେଚିତ ରାୟଗଡ଼ା ଜିଲ୍ଲା ଚଳିତ ନିର୍ବାଚନରେ ବିଜେଡି ଶୂନ୍ୟ ହୋଇ ଯାଇଛି। ଅନ୍ୟପଟେ ବିଜେପି ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ତୃତୀୟ ସ୍ଥାନରେ ରହି ନିଜର ଅସ୍ତିତ୍ଵକୁ ଯାହା ଜାହିର କରିଛି। ରାୟଗଡ଼ା ଜିଲ୍ଲା, ଗୁଣପୁର,ବିଷମକଟକ ନିର୍ବାଚନ ମଣ୍ଡଳୀର କଂଗ୍ରେସର କର୍ମୀ ମାନଙ୍କ ସଂଗଠିତ ଶକ୍ତି,ଦୃଢ ନେତୃତ୍ଵ ଓ ଲୋକମାନଙ୍କ ଭଲପାଇବା ଏବଂ ଏକଛତ୍ରବାଦୀ ଶାସନରେ ଅତିଷ୍ଠ ଲୋକ ମାନଙ୍କ ସାମୁହିକ ଲଢେଇ ଏ ବିଜୟର କାରଣ ବୋଲି ସ୍ଥାନୀୟ ନେତୃମଣ୍ଡଳୀ ମାନଙ୍କ ପ୍ରତିକ୍ରିୟା ବୋଲି ଜଣାଯାଏ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ