ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଦ୍ଵିତୀୟ ନନ୍ଦନକାନନ ନିର୍ମାଣ ପାଇଁ ଦାବୀ ହେଉଛି
ବାରିପଦା--୦୭/0୧/୨୦୨୬,ଗୌର ଦାସ ଗିରି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ହେଉଛି ମୟୂରଭଞ୍ଜର କେନ୍ଦ୍ରବିନ୍ଦୁ ଓ ଓଡ଼ିଶା, ବେଙ୍ଗଲ, ଝାଡଖଣ୍ଡ ରାଜ୍ୟ ର କେନ୍ଦ୍ରବିନ୍ଦୁ ଏହା ଏକ ପ୍ରକାର ତ୍ରିବେଶୀ ର କେନ୍ଦ୍ର କହିଲେ କିଛି ଭୁଲ ହେବ ନାହିଁ। ଏଣୁ ଏହି ଅଞ୍ଚଳକୁ ଗମନାଗମନର ସମସ୍ତ ସୁବିଧା ରହିଛି। ତେଣୁ ବୁଦ୍ଧିଜିବୀ ମହଲରେ ଓ ବିଭିନ୍ନ ସଂଗଠନ ତରଫରୁ ଏହି ବାରିପଦା ନିକଟସ୍ଥ ଜାଗାରେ ଏକ ନନ୍ଦନ କାନନ ପ୍ରତିଷ୍ଠା କଲେ ବହୁତ ଭଲ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥାନ୍ତ। ବୋଲି ଦାବୀ ହେଉଛି। ଏହି ଶିମିଳିପାଳ ଓ ମୟୂରଭଞ୍ଜର ସ୍ୱତନ୍ତ୍ର ପରିଚୟ ରଖିଥିବା ବାରିପଦା ଠାରେ ଥିବା ଆୟୁରର୍ବେଦିକ ମହାବିଦ୍ୟାଳୟକ ଓ ଚିକିତ୍ସା ଲୟ ଏକ ପ୍ରକାର ଠୋପ ହୋଇ ବହୁ ଦିନରୁ ପଡ଼ିରହିଛି, ଏହାକୁ ଚାଲୁନ କରି,ଓ କେନ୍ଦ୍ରୀୟ ଆୟୁରବେଦିକ ଚିକିତ୍ସାଳୟ । ଏଠାରେ ପ୍ରତିଷ୍ଠା ନକରି ରାଇରଂ ପୁରଠାରେ କରିବା ଏକ ପ୍ରକାର ବେତି କ୍ରମ ବୋଲି ବୁଦ୍ଧିଜୀବିମହଲରେ ନିନ୍ଦା କରାଯାଉଛି। ଏହାକୁ ପୁନରବାର ଚାଲୁ କରାଯାଉ ଓ ଏହା ସହିତ ଆୟୁର ବେଦିକ କେନ୍ଦ୍ରୀୟ ଚିକିତ୍ସାଳୟକୁ ଏହିଠାରେ ସ୍ଥାପନ କରାଯାଉବୋଲି ଦାବୀ ଜୋର ଧରିଛି ।ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କର କଟକଠାରେ ଏସିବି ମେଡିକାଲ ପ୍ରତିଷ୍ଠା ପରେ ବାରିପଦାଠାରେ ଏହା ହେଉ ବୋଲି ତାଙ୍କ ସ୍ବପ୍ନଥିଲା, ଏଣୁ ଦ୍ଵିତୀୟ ନନ୍ଦନକାନନ ବାରିପଦାଠାରେ ପ୍ରତିଷ୍ଠା ପାଇଁ ଚର୍ଚ୍ଚା ଜୋର ଧରିଛି। ଅନ୍ୟଦିଗରେ କହିବାକୁ ଗଲେ ଏହା ବର୍ତ୍ତମାନର ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମମାଟି ଜିଲ୍ଲା ଓ ଖୋଦ ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝିଙ୍କ ଶ୍ଵଶୁର ଘର ଜିଲ୍ଲା ଏଣୁ ଏହା ଯଥାଶୀଘ୍ର ସ୍ଥାପନ କରିବାପାଇଁ ଦାବୀ ଜୋର ଧରିଛି, । ଏହି ଜାଗା ଶିମିଳିପାଳର ପାଦଦେଶ । ଏଣୁଏହା ହେଲେ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଏକା ସହିତ ବାରିପଦାର ଆରାଧ୍ୟ ଦେବୀ ମା ଅମ୍ବିକା ଓ ଦ୍ଵିତୀୟ ଶ୍ରୀକ୍ଷେତ୍ର ଦର୍ଶନ ସହିତ ରାଜପେଲେସ ଦେଖିବା ଓ ରହଣୀ ର ମଜା ସହିତ, ନିକଟରେ ଥିବା ହଳଦିଆ ଡେମ କୁ ବଟିଂ ଓ ଏହାର ସୌନ୍ଦଯ୍ୟ କରଣ ବଢ଼ାଇଲେ ବହୁତ ପର୍ଯ୍ୟଟକଙ୍କ ସୁଅ ଛୁଟିଵ ସରକାରଙ୍କ ରୋଜକାର ବଢିବା ସହିତ,ବେକାରୀ ସମସ୍ୟାର କିଛିମାତ୍ରାରେ ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବି ତଥା ସାମ୍ବାଦିକ ଗୌର ଦାସ ଗିରି ମତବ୍ୟକ୍ତି କରିବା ସହିତ ଏହାକୁ ଅତିଶୀଘ୍ର ଏହି ଡବଲ ଇଞ୍ଜିନସରକାରରେ ହେବାପାଇଁ ଦାବୀ କରିଛନ୍ତି।ଏନେଇ ମୟୂରଭଞ୍ଜର ଜାଗ୍ରତ ପହରୀ ଯିଏ ସଦାସର୍ବଦା ମୟୂରଭଞ୍ଜର ଉନ୍ନତି ପ୍ରଗତି ପାଇଁ ଚିନ୍ତିତ, ସେ ହେଉଛନ୍ତି ଭଞ୍ଜ ସେ ନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ସହିତ ଆଲୋଚନା କରି ଆଗକୁ ଆଗେଇ ବେ ଓ ମାନ୍ୟବରମୁଖ୍ୟମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ।
ବାରିପଦାରୁ -ଗୌର ଦାସଗିରି
What's Your Reaction?
Like
0
Dislike
0
Love
1
Funny
0
Angry
0
Sad
0
Wow
0