।।ମୌଳିକ ଅଧିକାର ଦିଆ ନ ଗଲେ ଗ୍ରବାସୀଙ୍କୁ ମୃତ୍ୟୁ ଦିଆ ଯାଉ ।।

Jan 25, 2024 - 20:34
 0  7
।।ମୌଳିକ ଅଧିକାର ଦିଆ ନ ଗଲେ ଗ୍ରବାସୀଙ୍କୁ ମୃତ୍ୟୁ ଦିଆ ଯାଉ ।।

ଆଜ୍ଞା ହଁ ! ମୌଳିକ ଅଧିକାର ଦିଆ ନ ଗଲେ ମୃତ୍ୟୁ ଭିକ୍ଷା ମାଗିଥିଲେ କାନ୍ହୁ ଗୁଡା ଗ୍ରାମବାସୀ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ଜିପି କାନ୍ହୁଗୁଡା ଗ୍ରାମର ଶହେରୁ ଉର୍ଦ୍ଧ ପରିବାର ବାସିନ୍ଦା ଆଜିପଯ୍ୟନ୍ତ ତାଙ୍କ ମୌଳକ ଅଧିକାର ରୁ ବଞ୍ଚିତ। ସ୍ୱାଧୀନତା ର ୭୬ବର୍ଷ ବିତିଗଲା ପରେ ମଧ୍ୟ ଏମାନେ ସ୍ୱାଧୀନତା ର ସ୍ୱାଦ ଚାଖି ପାରିଲେ ନାହିଁ। ସେମାନଙ୍କ ମୌଳିକ ଅଧିକାର ଏବଂ ତାଙ୍କ ହକ ଅଧିକାର ପାଇବା ପାଇଁ ବାରମ୍ବର ବ୍ଲକ ପ୍ରଶାସନର ରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ। କିନ୍ତୁ ଏହି ଭଳି ପୂର୍ବେ ଅନେକ ରାଜନେତାଙ୍କ ସହଯୋଗ ଲଢ଼ିଥିଲେ କିନ୍ତୁ ଶେଷରେ ନିରାଶ ହୋଇ କାନ୍ହୁଗୁଡା ଗ୍ରାମରୁ ପ୍ରାୟ ୨୨ କିଲୋମିଟର କାଶୀପୁର ବ୍ଲକ କାର୍ଯ୍ୟାଳୟକୁ କୁନି କୁନି ଛାତ୍ର ଛାତ୍ରୀଙ୍କୁ ନେଇଁ ଶତାଧିକ ମହିଳା ପୁରୁଷ ଚାଲି ଚାଲି ଆସିଥିଲେ ଏବଂ ସେମାନଙ୍କୁ ମୌଳିକ ଅଧିକାର ତୁରନ୍ତ ଦିଆଯାଉ ନଚେତ ମୃତ୍ୟୁ ଦିଆଯାଉ ବୋଲି ଶାନ୍ତି ଶୃଙ୍ଖଳାରେ ସତ୍ୟାଗ୍ରହ ରେ ବସିଥିଲେ। ଗ୍ରାମ ବାସୀଙ୍କ ସତ୍ୟାଗ୍ରହ ର ଦ୍ୱିତୀୟ ଦିନ ସନ୍ଧ୍ୟା ରେ ଉପଜିଲ୍ଲାପାଳ ରାୟଗଡା ଉକ୍ତ ଧାରଣା ସ୍ଥଳକୁ ପହଞ୍ଚି ଏକ ଲିଖିତ ସମାଧାନ କରିଥିବା ଜଣାପଡିଛି ଯେଉଁଥିରେ ଆସନ୍ତା ଫେବୃଆରୀ ୨୦ ତାରିଖ ସୁଦ୍ଧା ଗ୍ରାମକୁ ଷଡ଼କ ଓ ତାଙ୍କ ସମସ୍ତ ମୌଳିକ ଅଧିକାର ଦାବିସମୂହ ପୂରଣ କରାଯିବ ବୋଲି କାନ୍ହୁ ଗୁଡା ଗ୍ରାମବାସୀଙ୍କୁ ଉପଜିଲ୍ଲାପାଳ କହିଥିଲେ । ଏହି ପର୍ଯ୍ୟରେ ଲୋକେ ଉପଜିଲ୍ଲାପାଳଙ୍କ ଆଶ୍ୱାସନା କ୍ରମେ ଆନ୍ଦୋଳନ ରୁ ଆହରି ଯାଇଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ