ମୋ ଭାରତ ତରଫରୁ ସ୍ୱଛତା ଅଭିଯାନ ସେବା ଅନୁଷ୍ଠିତ

Sep 19, 2024 - 21:42
 0  8
ମୋ ଭାରତ ତରଫରୁ ସ୍ୱଛତା ଅଭିଯାନ ସେବା ଅନୁଷ୍ଠିତ

ନୂଆପଡା : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ତରଫରୁ ନେହେରୁ ଯୁବ କେନ୍ଦ୍ର ର ଶ୍ରୀ ପ୍ରସନ୍ନ ମେହେର ଙ୍କ ନେତୃତ୍ୱ ରେ ଵିରୋମାଳ ଗ୍ରାମ ପଞ୍ଚାୟତ ର ଵିରୋମାଳ ଗ୍ରାମରେ ସ୍ୱଛତା ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ବିନିତା ଜଗତ ଓ ଅତିଥି ଭାବେ ଆଶିଷ ପାଣିଗ୍ରାହୀ ଯୋଗ ଦେଇ ସ୍ୱଛତା ସେବା ଉପରେ ସ୍ୱଛଳତା କରାଇବା ସାଥେ 17 ସେପ୍ଟମ୍ବର ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସ୍ୱଛତା ସେବା କରିବା ପାଇଁ ଯୁବକ ଯୁବକ ମାନଙ୍କୁ ସ୍ୱଛଳତା ପାଇଁ ଅବଗତ କରାଇଥିଲେ ଏବଂ ଏହି ସ୍ୱଛତା କାର୍ଯ୍ୟକ୍ରମରେ ଵିରୋମାଳ ଏବଂ ଆଖପାଖର ଯୁବକ ସଂଘ ଭାଗ ନେଇ ଵିରୋମାଳ ସେବା ଆଶ୍ରମ ସ୍କୁଲ, ଅଙ୍ଗନବାଡି ତଥା ଭାଲୁକୋନା ହସ୍ପିଟାଲରେ ସ୍ୱଛତା ପ୍ଲାଷ୍ଟିକ ଜରି ସଂଗ୍ରହ କରି ଶେଷରେ ତାକୁ କିପରି ବର୍ଜନ କରିଯିବ ତା ଉପରେ ସଚେତନା କରିଥିଲେ l ଏହି କାର୍ଯ୍ୟକୁ ଵିରୋମାଳ ରାଧାକ୍ରିଷ୍ଣା ଯୁବକ ସଂଘ ର ଯୁବକ ମାନେ ଶ୍ରୀ କୁସବ ବିଭାର ସଞ୍ଜୟ ତାଣ୍ଡି, ଭୂଖନ ହରିଜନ, ବିଜୟ ତାଣ୍ଡି, ବିଜୟ ଦୀପ ଏବଂ ଗୋବିନ୍ଦ ସୁନାନୀ ସହଯୋଗ କରିଥିଲେ l

ନୂଆପଡାରୁ ନିଶ୍ବନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ