ମୁହାଁମୁହିଁ ବାଇକ ଧୂର୍ଘଟଣାରେ ଜଣେ ମୃତ, 5ଜଣ ଗୁରୁତର

ନୂଆପଡା ଜ଼ିଲ୍ଲା ଧରମବନ୍ଧା ଥାନା ଧରମବନ୍ଧା-ପତୋରା ରାସ୍ତା ପାଣି ଟାଙ୍କିଠାରେ ରବିବାର ମଧ୍ୟାହ୍ନରେ ଦୁଇ ବାଇକ (ସିଜି 23ଏଲ-3225) ଏବଂ (ଓଡି 26ସି-8433) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି l ଏଥିରେ ଚୁଲାଭାଟ ଗ୍ରାମର ଜୟ ସାହୁ (35)ଙ୍କ ମୃତ୍ୟୁ ଘଟିଥିବାବେଳେ ଠେଲକୋବେଡା ଗ୍ରାମର ଭାଗବତ ସତନାମୀ (18), ମୋହିତ ସତନାମୀ (22) କଲ୍ୟାଣପୁର ଗ୍ରାମର ସୋନୁ ସେଠୀ (32), ରାଜେଶ ମାଝୀ (22) ଓ ଖୁଟୁମଭେରା ଗ୍ରାମର ସାଇକଲ ଚାଳକ ମେହେତର ହରିଜନ (50) ଗୁରୁତର ହୋଇଛନ୍ତି l ସ୍ଥାନୀୟ ଲୋକ ତଥା ଧରମବନ୍ଧା ଥାନାଧିକାରୀ ବିନୋଦ ସେଠି ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନୂଆପଡା ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






